ଘୁଞ୍ଚିଲା ରେଳବାଇ ପରୀକ୍ଷା

ଘୁଞ୍ଚିଲା ରେଳବାଇ ପରୀକ୍ଷା । ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷାରେ ଅବ୍ୟବସ୍ଥା ଦେଖାଦେଇଛି। ସକାଳ ସାଢ଼େ ୭ଟାରୁ ଜୁନିୟର ଇଂଜିନିୟର, ଜୁନିୟର ଇଂଜିନିୟର ‌ଆଇଟି ଓ ଡିପୋ ମେଟେରିୟାଲ୍ସ ସୁପରିନଟେଣ୍ଡେଣ୍ଟ ପରି ଟେକ୍ନିକାଲ ପଦବୀ ପାଇଁ ପରୀକ୍ଷା ହେବାର ଥିଲା। ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ସମସ୍ୟା ଓ ସର୍ଭରରେ ତ୍ରୁଟି ରହିଥିବାରୁ ପରୀକ୍ଷା ଦେଇ ପାରିନାହାନ୍ତି ପରୀକ୍ଷାର୍ଥୀ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶେଷରେ ପରୀକ୍ଷା ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ହୋଇଛି।

ଆଜି ହେବାକୁ ଥିବା ରେଲୱେର ନିଯୁକ୍ତି ସଂପର୍କିତ ପରୀକ୍ଷା ଘୁଞ୍ଚି ଯାଇଛି। କେବେ ପରୀକ୍ଷା ହେବ, ତାହା ଜଣାପଡ଼ି ନାହିଁ। ପରୀକ୍ଷାର ଦିନ ଧାର୍ଯ୍ୟ ହେବା ପରେ କର୍ତ୍ତୃପକ୍ଷଙ୍କ ତରଫରୁ ଜଣାଇ ଦିଆଯିବ ବୋଲି କୁହାଯାଇଛି।

Spread the love