ଆଇନ ସେବା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା ଭୁବନେଶ୍ବର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଭଇଞ୍ଚୁଆ ପଞ୍ଚାୟତର ଅରିଙ୍ଗଳ, ବୁଢ଼ାଳ, ସୁବାଳ ଗ୍ରାମରେ  ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରାଲିଗାଲ ଭଲ୍ୟୁଣ୍ଟିଅର ସ୍ନିଗଧା ମହାନ୍ତି, ବାସନ୍ତୀ ମହାପାତ୍ର, ସ୍ବାଗତ ଝଙ୍କାର ମଲ୍ଲିକ, ରାଜସ୍ମିତା ପଟ୍ଟନାୟକଙ୍କ ସହାୟତାରେ ଅଖିଳ ଭାରତୀୟ ସଚେତନତା ଏବଂ ପ୍ରସାରଣ କାର୍ଯ୍ୟକ୍ରମ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।  ବିଶେଷ କରି ଗ୍ରାମାଞ୍ଚଳରେ ଆଇନ ସେବାରୁ ବଞ୍ଚିତ ଜନସାଧାରଣଙ୍କୁ ବିଭିନ୍ନ ଆଇନ ବିଷୟରେ ବୁଝାଇଥିଲେ। ଏହାସହ ସରକାରୀ ଆଇନ ସେବାକୁ ମାଗଣାରେ କିପରି କାର୍ଯ୍ୟରେ ଲଗାଇ ଆଇନ ସେବା ପାଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା।

Spread the love