ଆଜି ବିଶ୍ୱକପ୍‌ : ଇଂଲଣ୍ଡ – ଦକ୍ଷିଣ ଆଫ୍ରିକା ଟକ୍କର୍‌

କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ ବିଶ୍ୱକପ୍‌ ଆରମ୍ଭ ହେବ। ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡ ବିଶ୍ୱକପ୍‌ ଜିତିବାର ଅନ୍ୟତମ ଦାବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ। ପ୍ରସିଦ୍ଧ ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ 3 ଟାରେ ମ୍ୟାଚ ଆରମ୍ଭ ହେବ।

ପ୍ରଥମ ମ୍ୟାଚ୍‌ଟିକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଉଭୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବେଶ ସନ୍ତୁଳିତ ଟିମ୍‌। ଉଭୟ ଦଳରେ ଏକାଧିକ ମ୍ୟାଚ୍‌ ୱିନର୍‌ ରହିଛନ୍ତି। ଦିନିକିଆ ରାଙ୍କିଙ୍ଗର 3 ନଂ  ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ଇଂଲଣ୍ଡ 1 ନଂ ସ୍ଥାନରେ ରହିଛି।

ଆଜି ଯାଏ ବିଶ୍ୱକପ୍‌ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ 6 ଥର ଭେଟିଥିବା ବେଳେ ଉଭୟ 3 ଟି ଲେଖାଏ ମ୍ୟାଚ୍‌ ଜିତିଛନ୍ତି। ତେଣୁ ଆସନ୍ତାକାଲି କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି।

2015 ବିଶ୍ୱକପ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ହୋଇଥିଲା। ଏଥିରେ ପ୍ରଥମ ରାଉଣ୍ଡରୁ ହିଁ ଇଂଲଣ୍ଡ ଲଜ୍ଜାଜନନ ବିଦାୟ ନେଇଥିଲା। ଏବେ ଘରୋଇ ପରିବେଶରେ ଇଂଲଣ୍ଡ ଜବରଦସ୍ତ କମ୍‌ବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ଇଅନ ମୋର୍ଗାନଙ୍କ ଟିମ୍‌ ଇଂଲଣ୍ଡ ବିଗତ କିଛି ବର୍ଷ ହେଲା ଦିନିକିଆରେ ନିଜର ଯାଦୁ ଦେଖାଇ ଆସିଛି।

Spread the love