ମମିତାଙ୍କ ପରିବାରକୁ ଭେଟିଲେ ୪ଜଣିଆ ଟିମ୍

କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ମମିତାଙ୍କ ଗାଁ ଝରଣୀରେ ପହଞ୍ଚିଛନ୍ତି । ମମିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ସହ ୪ ଜଣିଆ ଟିମ୍ ।ଶୁକ୍ରବାର ମହିଳା ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ବଲାଙ୍ଗୀର ଯାଇଥିଲେ। ସେଠାରେ ବଲାଙ୍ଗୀର ଏସ୍‌ପି କୁଶଲକର ନିତିନ ଦଗୁଡୁଙ୍କୁ ଭେଟି ମାମଲାର ତଦନ୍ତ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ବୈଠକରେ ଖୁବ୍‌ଶୀଘ୍ର ମାମଲାର ସବିଶେଷ ରିପୋର୍ଟ ଦାଖଲ କରିବେ ବୋଲି ଆୟୋଗ ଅଧ୍ୟକ୍ଷାଙ୍କୁ ବଲାଙ୍ଗୀର ଏସ୍‌ପି କହିଛନ୍ତି ।

ମମିତାଙ୍କ ପରିବାରକୁ ଭେଟିବା ପରେ କଳାହାଣ୍ଡି ଜିଲ୍ଲାକୁ ଯାଇ ଏସ୍‌ପିଙ୍କୁ ଭେଟି ପରିବାର ଲୋକଙ୍କ ସୁରକ୍ଷାର ବନ୍ଦୋବସ୍ତ ସମ୍ପର୍କରେ ପଚାରି ବୁଝିବେ । ସେଠାରୁ ମୃତଦେହ ମିଳିଥିବା କଳାହାଣ୍ଡି ମହାଲିଙ୍ଗ୍ ଷ୍ଟାଡିୟମ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଅପରାଧ ସ୍ଥଳ ପରିଦର୍ଶନ ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯିବ । ସେଠାରେ ଜିଲ୍ଲାପାଳ, ଏସ୍‌ପିଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ଟିମ୍‌ରେ ମହିଳା ଆୟୋଗର ଅତିରିକ୍ତ ଏସପି ବିଜୟ ବାରୁଆ, ଇନ୍ସପେକ୍ଟର ସସ୍ମିତା ଦାସ, ଆଇନଗତ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ସାମିଲ୍ ଅଛନ୍ତି ।

Spread the love