ସରକାରଙ୍କ ସହ ମିଶି କାମ କରିବାକୁ ପ୍ରସ୍ତୁତ : କଂଗ୍ରେସ

ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଗୋପନୀୟତାର ଶପଥ ନେଇଛନ୍ତି | କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛି | କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଭାରତ ଓ ଏହାର ନାଗରିକମାନଙ୍କ ପ୍ରଗତି ଓ ବିକାଶ ପାଇଁ ସରକାରଙ୍କ ସହ ମିଶି କାମ କରିବାକୁ  ପ୍ରସ୍ତୁତ |

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ସାମିଲ ହୋଇଥିଲେ |

୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ପରେ ଲଗାତାର ଦ୍ଵିତୀୟ ଥର ପାଇଁ କଂଗ୍ରେସ ଲୋକସଭାରେ ମୁଖ୍ୟ ବିରୋଧୀ ଦଳ ପାଇଁ ଆବଶ୍ୟକ ୫୫ଟି ଆସନ ମଧ୍ୟ ଛୁଇଁ ପାରିନାହିଁ | ଏଥର କଂଗ୍ରେସର କେବଳ ୫୨ ଜଣ ସଦସ୍ୟ ସାଂସଦ ଆସିଛନ୍ତି | ବିଜେପି ୩୦୩ ସିଟ ଜିତି ଐତିହାସିକ ରେକର୍ଡ ସୃଷ୍ଟି କରିଛି |

Spread the love