ଅବଦୁଲ୍‌ କାଲାମ ଦ୍ବୀପରୁ ଅଗ୍ନି-୫ର ସଫଳ ପରୀକ୍ଷଣ, କ୍ଷେପଣାସ୍ତ୍ରର ରେଞ୍ଜରେ ଆସୁଛି ସମଗ୍ର ଚୀନ୍‌

ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶାର ଏପିଜେ ଅବଦୁଲ୍‌ କାଲାମ ଦ୍ବୀପରୁ ଏହି କ୍ଷେପଣାସ୍ତ୍ରଣ ପରୀକ୍ଷା ସଫଳ ହୋଇଛି। ଏହି ମିସାଇଲ୍‌ ପରମାଣୁ ଯୁଦ୍ଧାସ୍ତ୍ରକୁ ବହନ କରିବା ସହ ଶତ୍ରୁ ଦେଶର ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏଥିରେ ଷ୍ଟେଜ୍‌ ୩ ଇଞ୍ଜିନ୍‌ ବ୍ୟବହୃତ ହୋଇଥିବା ବେଳେ  ଏହା ‘ନ୍ୟୁନତମ ବିଶ୍ବସନୀୟ ପ୍ରତିରୋଧ’ ଜରିଆରେ ‘ପ୍ରଥମେ ବ୍ୟବହାର ନକରିବା’ ନୀତିରେ ପରିଚାଳିତ ହେବ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି।

ଭୂମିରୁ ଭୂମିକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ଅକ୍ଟୋବର ୨୭, ୨୦୨୧ରେ ସନ୍ଧ୍ୟା ୭.୫୦ରେ ସଫଳ ପରୀକ୍ଷଣ କରାଯାଇଛି । ସଠିକତା ସହ ୫୦୦୦ କି.ମି ଲକ୍ଷ ଭେଦ କରିପାରୁଥିବା ଅଗ୍ନି-୫ର ରେଞ୍ଜରେ ଶତ୍ରୁ ଦେଶ ଚୀନ ଆସୁଛି। ସମଗ୍ର ଚୀନ ଅଗ୍ନି-୫ ରେଞ୍ଜରେ ଆସୁଥବା ବେଳେ ଏବେ ଶତ୍ରୁ ଦେଶର ଭୟ ଦୁଇଗୁଣିତ ହେବା ନିଶ୍ଚିତ।

Spread the love