ବିଜେପୁରକୁ ପୁଣି ଠକିଲେ ନବୀନ: ବିଜେପି

ବିଜେପୁର ହେବାକୁ ଥିବା ଉପ ନିର୍ବାଚନକୁ ଆଖି ଆଗରେ ରଖି
ରାଜ୍ୟ ସରକାର ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ପଂଚମ ପାଳିରେ ପ୍ରଥମ ପ୍ରତାରଣା ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।
ଶ୍ରୀ ମିଶ୍ର କହିଛନ୍ତି ଯେ ୨୦୧୭ ମସିହାରେ ବିଜେପୁର ଉପ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନବାବୁ ବିଜେପୁର ପାଇଁ ଯାହା ପ୍ୟାକେଜ ଘୋଷଣା କରିଥିଲେ ସେଥିରୁ ଏବେ ଯାଏ କେଉଁ ଗୋଟିଏ ପ୍ରକଳ୍ପର କାମ  ଆରମ୍ଭ ହୋଇନାହିଁ । ଉପ ନିର୍ବାଚନ ପୁର୍ବରୁ ଯାହା କହିଥିଲେ ସାଧାରଣ ନିର୍ବାଚନ ପ୍ରଚାରରେ ବି ସେଇ ସମାନ ପ୍ରତିଶୃତି ଦୋହରାଇଲେ ।

ପୂର୍ବରୁ ବାରମ୍ଭାର ମିଥ୍ୟା ପ୍ରତିଶୃତି ଦେଇ ପ୍ରତରଣା କରିବାରେ ମାହିର ଥିବା ନବୀନ ବାବୁ ନିଜେ ବିଜେପୁରରୁ ଲଢି ଆଉ ମିଥ୍ୟା ପ୍ରତିଶୃତି ଦେଇ ବିଜେପୁର ବାସୀଙ୍କୁ ଅପମାନିତ କରି ଚାଲିଛନ୍ତି ।
ବୋଧହୁଏ ନବୀନ ବାବୁ ବିଜେପୁର ଆସନ ଛାଡିବେ ଓ ତାକୁ ଆଖି ଆଗରେ ନବୀନ ବାବୁ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ୍ ବିଜେପୁର ପାଇଁ ପ୍ରତାରଣା ସଦୃଶ । ଏହି ପ୍ୟାକେଜରେ ନୁଆ କଥା କିଛି ନାହିଁ । କେବଳ ପୁରୁଣା ଘୋଷଣାକୁ ଆଉ ଥରେ ଘୋଷଣା କରିଛନ୍ତି । କେବଳ ପ୍ୟାକେଜ ଘୋଷଣା କରି ବିଜେପୁର ବାସିଙ୍କୁ ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ପ୍ରତାରଣା କରିବେ ବୋଲି ଜୟନାରାୟଣ କହିଛନ୍ତି ।

Spread the love