ଓଡ଼ିଶାର ଉନ୍ନତି ଓ ବିକାଶ ପାଇଁ ମିଳିତ ଉଦ୍ୟମ କରିବାକୁ ଆଶାବାଦୀ: ଧର୍ମେନ୍ଦ୍ର

କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ଅବସରରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶନିବାର ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମରେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ଅବସରରେ ଟେଲିଫୋନ ଯୋଗେ ମୋତେ ଅଭିନନ୍ଦନ ଜଣାଇଥିବାରୁ ଆନ୍ତରିକ ଧନ୍ୟବାଦ । ଆମ ରାଜ୍ୟ ଓଡିଶାର ଉନ୍ନତି ଓ ବିକାଶ ପାଇଁ ଆମେ ମିଳିତ ଉଦ୍ୟମ କରିବୁ ବୋଲି ଆଶାବାଦୀ ଥିବା ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।

Spread the love