ଆରପାରୀରେ ପୁନିତ ରାଜକୁମାରଙ୍କ

ବେଙ୍ଗାଲୁରୁ ୨୯/୧୦ : କନ୍ନଡ଼ ଫିଲ୍ମ ଅଭିନେତା ପୁନିତ ରାଜକୁମାରଙ୍କ ୱାର୍କଆଉଟ ସମୟରେ ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ବେଙ୍ଗାଲୁରୁ ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ପୁରା କର୍ଣ୍ଣାଟକରେ ଶୋକର ଛାୟା ଖେଳି ଯାଇଛି। ରାଜ୍ୟର ସବୁ ଥିଏଟର ବନ୍ଦ କରାଯାଇଛି। ପ୍ରଶଂସକଙ୍କୁ ନିୟନ୍ତ୍ରଣ କରିବାକୁ ଅନେକ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ।ପୁନିତଙ୍କ ପିତା ରାଜକୁମାର ଦକ୍ଷିଣ ଭାରତୀୟ ସିନେମାର ଆଇକନ ଥିଲେ। ସେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଥମ ଅଭିନେତା ଥିଲେ ଯାହାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ମିଳିଥିଲା। ଚନ୍ଦନ ତସ୍କର ବିରପ୍ପାନ ୨୦୦୦ ଜୁଲାଇରେ ତାମିଲନାଡୁରୁ ତାଙ୍କୁ ଅପହରଣ କରିଥିଲା।

ପୁନିତ ଶିଶୁ କଳାକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ସେ ରାଷ୍ଟ୍ରୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ।

ପୁନିତ ରାଜକୁମାରଙ୍କ ଦେହାନ୍ତରେ ଅନେକ ବଡ ବଡ ହସ୍ତୀ ଓ ସେଲିବ୍ରିଟି ସୋସିଆଲ ମିଡ଼ିଆ ମଧ୍ୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।ବୋନି କପୁର ଅଭିନେତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ଟ୍ୱିଟ କରିଛନ୍ତି, ପୁନିତଙ୍କ ହଠାତ ଦେହାନ୍ତ ଅତ୍ୟନ୍ତ ଦୁଃଖଦ ଖବର।

ସେ ଜଣେ ପାୱାରଫୁଲ ଅଭିନେତା ଥିଲେ ଯିଏ ନିଜ ଅଭିନୟ ଓ କାମରେ ଲୋକଙ୍କ ହୃଦୟ ଜିତିଥିଲେ। ତାଙ୍କ ପରିବାରକୁ ସମବେଦନା।

Spread the love