ମୁଖ୍ୟମନ୍ତ୍ରୀ ରାଜନୀତିର ଉଦ୍ଧ୍ୱର୍କୁ ଯାଇ ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ: ବିଜେପି

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ନୀତିରେ ସାରା ଭାରତ ବର୍ଷର ବିକାଶ ପାଇଁ କାମ କରୁଛନ୍ତି ।  ମୁଖ୍ୟମନ୍ତ୍ରୀ ଦଳୀୟ ରାଜନୀତିରୁ ଉଦ୍ଧ୍ୱ ର୍ରେ ଯାଇ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟି ବାରମ୍ବାର ଅନୁରୋଧ କରିଛି । ଏବେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରି ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧାର ଲାଭ ଓଡିଶାବାସୀଙ୍କୁ ଦେବାରେ ବାଧକ ନସାଜି ସହଯୋଗ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟ ଠାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ପ୍ରାୟ ଏକ ହଜାର କୋଟି ଟଙ୍କାରୁ ଉଦ୍ଧ୍ୱର୍ କେନ୍ଦ୍ରୀୟ ଅନୁଦାନର ଲାଭ ସିଧାସଳଖ ଓଡିଶାବାସୀଙ୍କ ପକେଟକୁ ଯିବ । ଏହି କେନ୍ଦ୍ରୀୟ ଅନୁଦାନ ଗରୀବ ଓଡିଆ ଲୋକମାନଙ୍କ ଚିକିସ୍ତ୍ରା ଖର୍ଚ୍ଚକୁ ଉଠାଇ ପାରିବ । ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରାଯାଉ । ଦଳୀୟ ରାଜନୀତିରେ ଗରିବ ଓଡିଆ ଲୋକମାନେ ବଳି ନପଡନ୍ତୁ । ଆୟୁଷ୍ମାନ ଯୋଜନା ହେଡରେ ପାଖାପାଖି ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନର ଲାଭ ଓଡିଆ ଲୋକ ପାଇବେ । ତାକୁ ହାତ ଛଡା କରିବା ଉଚିତ୍ ନୁହେଁ ।

ରାଜ୍ୟ ସରକାର ତୁରନ୍ତ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ରାଜ୍ୟ ମୁଖପାତ୍ର  ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

Spread the love