ଦିବ୍ୟଶଙ୍କରଙ୍କୁ ଵିଧାନସଭା ଭିତରେ ପୁରାଇ ନଦେବାକୁ କଂଗ୍ରେସର ଦାବି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ରଣହୁଙ୍କାର । କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଦେଇଛନ୍ତି ବଡ଼ ବୟାନ । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଧାନସଭା ଆସିଲେ ପବିତ୍ର ଗୃହ ଅପବିତ୍ର ହେବ । ବାଚସ୍ପତିଙ୍କୁ ଆମେ ଅନୁରୋଧ କରିବୁ ଯାହାଙ୍କ ନାମରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଛି ତାକୁ ବିଧାନସଭା ଭିତରକୁ ନ ପୁରାଯାଉ । ଯଦି ବାଚସ୍ପତି ତାଙ୍କୁ ବିଧାନସଭା ଆସିବାକୁ ଅନୁମତି ଦିଅନ୍ତି ତେବେ ଆମେ ପ୍ରବଳ ବିରୋଧ କରିବୁ । ସେ ସମୟରେ କ’ଣ ହେବ ସରକାର ଏବଂ ସମଗ୍ର ଓଡିଶା ଦେଖିବ ।

ଦିବ୍ୟଶଙ୍କର ମିଶ୍ର ଯଦି ମମିତା ମହେର ପ୍ରସଙ୍ଗରେ ବିବୃତି ରଖିବେ ବିଧାନସଭା କଳଙ୍କିତ ହେବ । ତାଙ୍କ ପରିବାର ଲୋକ କ୍ୟାପେଟେନ ଦିବ୍ୟଶଙ୍କର ନାମରେ ଅଭିଯୋଗ ଆଣିଛନ୍ତି । ଯଦି ଏହା ସତ୍ତ୍ୱେ ବି ଦିବ୍ୟଶଙ୍କର ମିଶ୍ର ବିଧାନସଭା ଆସିବେ ତେବେ ଆମେ ଜୋରଦାର ବିରୋଧ କରିବୁ । ଆମେ କିପରି ରଣନୀତି କରିବୁ ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । ସୂଚନା ଥାଉ କି ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ୍‌ ୨୬ଟି କାର୍ଯ୍ୟଦିବସ ରଖାଯାଇଛି।

ଅଧିବେଶନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଆଗତ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶୀତ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ। ୧୦ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ଆଗତ ହୋଇ ଅତିରିକ୍ତ ବଜେଟ୍‌ ଗୃହୀତ କରାଯିବ। ଡିସେମ୍ବର ୧୧ରୁ ୩୧ ତାରିଖ ଯାଏ ଅଫିସିଆଲ୍‌ ବିଜ୍‌ନେସ୍‌ ରଖାଯାଇଛି। ତାହା ମଧ୍ୟରୁ ୧୭, ୨୪ ଓ ୨୯ ତାରିଖରେ ପ୍ରାଇଭେଟ୍‌ ମେମ୍ବ

Spread the love