କଠୁଆ ଗଣଦୁଷ୍କର୍ମ ମାମଲା: ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଗତବର୍ଷ ଜାନୁଆରୀରେ ସାରା ଦେଶକୁ ଚକିତ କରିଦେଲା ଯେତେବେଳେ ଜମ୍ମୁ କଶ୍ନୀର କଠୁଆରେ ଆଠ ବର୍ଷର ଶିଶୁ କନ୍ୟାକୁ ଅପହରଣ, ଗଣଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା । ତେବେ ଆଜି ପଠାନକୋଟ୍‌ କୋର୍ଟ ଏହି ମାମଲାର ଶୁଣାଣି କରି 7ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 6ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ଏହାସହ କୋର୍ଟ 6 ଦୋଷୀଙ୍କୁ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ।

6 ଦୋଷୀଙ୍କ ମଧ୍ୟରୁ 3ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଓ ଅନ୍ୟ ତିନି ଦୋଷୀଙ୍କୁ 5 ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସୂଚନା ଯେ, ପୁରା ଘଟଣାର ମାଷ୍ଟରମାଇଣ୍ଡ୍ ସାଞ୍ଜୀ ରାମ୍, ଦୀପକ ଖଜୁରିଆ ଏବଂ ପରବେଶକୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଥିବା ବେଳେ ଆନନ୍ଦ ଦତ୍ତା, ତିଲକ ରାଜ ଓ ସୁରେନ୍ଦ୍ର କୁମାରକୁ 5-5 ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି ପଠାନକୋଟ କୋର୍ଟ ।

ସୂଚନା ଯେ, ଏହି ମାମଲାରେ ପୋଲିସ 8ଜଣଙ୍କୁ ଗିରଫ କରିଥିଲା । ଯେଉଁମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛି ବୋଲି ପ୍ରଥମେ କୁହାଯାଇଥିଲା । କିନ୍ତୁ ପରେ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ସାବାଳକ ବୋଲି ଜଣାପଡିଥିଲା । ପରେ କୋର୍ଟ ଆଠଜଣଙ୍କ ମଧ୍ୟରୁ ସାତ ଜଣଙ୍କ ବିରୁଦ୍ଧରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ସ୍ଥିର କରିଥିଲେ ।

Spread the love