ପୋଲିସ୍‌ ହେପାଜତରୁ ଚମ୍ପଟ ମାରିଲା ଲୁଟେରା ପିଣ୍ଟୁ, ଅଭିଯୁକ୍ତକୁ ଚାଲିଥିଲା ପଚରାଉଚରା

ଯାଜପୁର ୧୮/୧୧: ଜେଲର ଅନ୍ତେବାସୀଙ୍କ ଲୁକାୟିତ ପ୍ରତିଭାର ବିକାଶ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଚିନ୍ତା । ଯାଜପୁର ଉପକାରାଗାର ପକ୍ଷରୁ ଏହି ନିଆରା ଉଦ୍ୟମ କରିଛି । ରାତି ପାଇଲେ କାର୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମା କୁ ଆଖିଆଗରେ ରଖି ଅନ୍ତେବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ କାଗଜ ଡଙ୍ଗା ଏବେ ବଜାରରେ ବିକ୍ରି ଆରମ୍ଭ ହୋଇଛି ।
ଅନ୍ତେବାସୀଙ୍କ ହାତତିଆରି ଡଙ୍ଗାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ଗ୍ରାହକ । ବିଚାରଧୀନ ଅନ୍ତେବାସୀମାନଙ୍କର ଅପରାଧିକ ମାନସିକତାରେ ପରିବର୍ତନ ଆଣିବା ପାଇଁ ଯାଜପୁର ଉପକାରାଗାର କର୍ତୃପକ୍ଷ ନିଆରା ଉଦ୍ୟମ କରିଛନ୍ତି । ଜେଲରେ ଛୋଟ ଛୋଟ ଅପରାଧ କରି ଚାରିକାନ୍ଥ ଭିତରକୁ ଚାଲି ଆସିଥିବା ଯୁବ ଅନ୍ତେବାସୀ ଡଙ୍ଗା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଯାହାକି ସେମାନଙ୍କ ହାତ ତିଆରି ଡଙ୍ଗା ଜେଲ ସମ୍ମୁଖରେ ଷ୍ଟଲ ଜରିଆରେ ବିକ୍ରି କରାଯାଉଛି ।

୧୦ ଟଙ୍କା ଠାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ଡଙ୍ଗା ମିଳୁଥିବା ବେଳେ ନିଜ କାମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅନ୍ତେବାସୀ । ଅନ୍ୟ ପଟେ ଏପରି ନିଆରା ଉଦ୍ୟମକୁ ସ୍ଥାନୀୟ ଲୋକେ ମଧ୍ୟ ପ୍ରଶଂସା କରିଛନ୍ତି । କମ ପଇସା ଓ ସୁନ୍ଦର ସୁନ୍ଦର ଡଙ୍ଗୀକୁ ପାଇ ଗ୍ରାହକ ମଧ୍ୟ ଖୁସି ।

Spread the love