ଇଂଲଣ୍ଡରେ ଛାଇଲା ଓଡିଶାର ମୁଢି ମିକ୍ସଚର, ଅମିତାଭ କଲେ ଭିଡିଓ ଭାଇରାଲ

ଗତ ରବିବାରକୁ  ଭରତ ଓ  ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିଲା ମ୍ୟାଚ । ଏଥିରେ ଭାରତ ଅଷ୍ଟ୍ରେଲିଆ ଟିମକୁ 36 ରନରରେ ପରାସ୍ତ କରିଥିଲା । ଭାରତୀୟ ଖେଳାଳୀଙ୍କ ଜବରଦସ୍ତ ବ୍ୟାଟିଂ ବୋଲିଂ ଫଳରେ କଙ୍ଗାରୁ ଟିମକୁ ଭାରତ ଧୂଳି ଚଟାଇ ଦେଇଥିଲା ।  ଏହାଠୁ ଆହୁରି ଏକ ଆମୋଦ ଦାୟକ ଦୃଷ୍ୟ ଦେଖିବାକୁ ମିଳିଥିଲା ଇଂଲଣ୍ଡର ଓଭେଲ ଗ୍ରାଉଣ୍ଡ ବାହାରେ । ଜଣେ ବିଦେଶୀ ଭେଲପୁରୀ ବା ଓଡିଶାର  ମୁଢିମିକ୍ସଚର ବିକୁଥିବା ଦେଖିବାକୁ ମିଳିଥିଲା । ଏହା ବିଗ ବି ଅମିତାଭଙ୍କ ନଜରକୁ ଆସିଥିଲା ।

ସେ  ଏହାକୁ ଭିଡିଓ ସୁଟିଂ  କରି ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହି  ଭିଡିଓ ଧିରେଧିରେ ଭାଇରାଲ ହେବାରେ ଲାଗିଛି ।  ପ୍ରକାଶ ଯେ କିଛିଦିନ ତଳେ ଅମିତାଭ ବଚ୍ଚନଙ୍କ ଟ୍ବିଟର ଆକାଉଣ୍ଟ  ହ୍ୟାକ ହୋଇଯାଇଥିଲା ।  ଏହା ରିକୋଭରି ହୋଇଯାଇଛି ।

Spread the love