ମଜଭୁତ୍‌ କରିବା ପାଇଁ କରନ୍ତୁ ସମକୋଣାସନ, ଜାଣନ୍ତୁ ଜଦରଦସ୍ତ ଫାଇଦା

ଯୋଗ ଆମ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ। ଆପଣ ଯେଉଁ ଯୋଗାସନ କରନ୍ତୁ, ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ କିଛି ବିଶେଷ ସମସ୍ୟା କିମ୍ବା ରୋଗ ରହିଛି, ଯେଉଁଥିରୁ ନିଜାତ ପାଇବା ପାଇଁ ପ୍ରତ୍ୟେକ ଯୋଗାସନ କରିବାର ଏକ ସ୍ୱତନ୍ତ୍ରତା ରହିଛି। ଅନେକ ଯୋଗାସନ ମଧ୍ୟରେ ରହିଛି ସମକୋଣାସନ। ତେବେ ଜାଣନ୍ତୁ ସମକୋଣାସନର ଫାଇଦା କ’ଣ ଜାଣନ୍ତୁ…
ସମକୋଣାସନ କ’ଣ :

ସମକୋଣାସନ ଦୁଇଟି ଶବ୍ଦକୁ ନେଇ ହୋଇଛି। ଗୋଟେ ହେଲା ସମକୋଣ ଅନ୍ୟଟି ଆସନ। ଆପଣ ନାମରୁ ହିଁ ଏହା କିପରି ହୁଏ, ତାହା ନିଶ୍ଚିତ ଜାଣିପାରିବେ। ଏହି ଆସନରେ ଶରୀରରକୁ ୯୦ ଡିଗ୍ରୀ କୋଣ କରି କରିବାକୁ ହେବ। ଏହି ଆସନକୁ ଇଂଲିଶରେ ଷ୍ଟ୍ରେଟ୍‌ ଆଙ୍ଗେଲ ପୋଜ୍‌ ମଧ୍ୟ କୁହାଯାଏ। ସମକୋଣାସନ କରିବା ଦ୍ୱାରା ଅଣ୍ଟା ଯନ୍ତ୍ରଣା ଦୂର ହୋଇଥାଏ।

କେମିତି କରିବେ ସମକୋଣାସନ :

ପ୍ରଥମେ ସିଧା ହୋଇ ଠିଆ ହୁଅନ୍ତୁ।

ଏବେ ଦୁଇ ହାତକୁ ଉପରକୁ ଉଠାନ୍ତୁ।

ତା’ ପରେ ଶରୀରର ଅଣ୍ଟାରୁ ତଳରୁ ନଇଁ ୯୦ ଡିଗ୍ରୀ କୋଣ କରନ୍ତୁ।

ଏପରି ମୁଦ୍ରାରେ ରହିବା ବେଳେ ଆଣ୍ଠୁ ଯେପରି ନ ଭାଙ୍ଗେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଦୁଇ ହାତ ଆଗକୁ କରି ତଳକୁ ଚାହାନ୍ତୁ।
ଏହି ଯୋଗ କରିବା ଦ୍ୱାରା ମେରୁଦଣ୍ଡ ହାଡ଼ରେ ସୁଧାର ଆସିଥାଏ। ଅଣ୍ଟାର ତଳ ଭାଗ ମଜବୁତ ହେବା ସହିତ ବେକ ଯନ୍ତ୍ରଣା ଦୂର ହୁଏ। ସଂପୂର୍ଣ୍ଣ ଶରୀରର ମାଂସପେଶୀ ଷ୍ଟ୍ରେସ ଦୂର ହୋଇଥାଏ। ଶାରୀରିକ ଥକ୍କାପଣ ଦୂର କରିବା ସହିତ ଶାରୀରିକ ସନ୍ତୁଳନ ରଖିଥାଏ।

ସମକୋଣାସନ କରିବା ବେଳେ ସତର୍କତା:

ଯଦି ଆପଣଙ୍କ ଅଣ୍ଟାରେ, କାନ୍ଧରେ ତୀବ୍ର ଯନ୍ତ୍ରଣା ରହିଛି, ତେବେ ଏହି ଆସନ କରନ୍ତୁ ନାହିଁ।

ଆଣ୍ଠୁରେ ଯନ୍ତ୍ରଣା ଥିଲେ ମଧ୍ୟ କୌଣସି ପ୍ରକାର ଆସନ କରନ୍ତୁ ନାହିଁ।

ଗର୍ଭବତୀ ମହିଳା କିମ୍ବା ସ୍ତନପାନ କରାଉଥିବା ମହିଳା ଏହି ଆସନ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

Spread the love