ସ୍ଵିଟ୍ ଚିକେନ

ଆବଶ୍ୟକୀୟ ସାମଗ୍ରୀ-

ଅଧା କିଲୋ ଚିକେନ

୨ ଟି କଟା ପିଆଜ

ଅଧା ଚାମଚ ହଳଦୀ

ସ୍ଵାଦ ଅନୁସାରେ ଲୁଣ

ଅଦା ପେଷ୍ଟ

ରସୁଣ ପେଷ୍ଟ

ଗରମ ମସଲା

ତେଜପତ୍ର

ଲେମ୍ବୁ ରସ

ଧନିଆ ପାଉଡର

କ୍ଷୀର

ଚିନି

ତେଲ

୨ ଟି ଅଣ୍ଡା

ଏକ କପ୍ ମଇଦା

ପ୍ରସ୍ତୁତ ପ୍ରଣାଳୀ-

ପ୍ରଥମେ ଚିକେନକୁ ଭଲ ଭାବରେ ସଫା କରି ନିଅନ୍ତୁ। ଏକ ପାତ୍ରରେ ଗୋଟିଏ ଅଣ୍ଡା ନେଇ ସେଥିରେ ଅଳ୍ପ କ୍ଷୀର ମିଶାନ୍ତୁ। ଏଥିରେ ମଇଦା, ଲୁଣ, ଅଦା, ରଶୁଣ ପେଷ୍ଟ ଗୋଳାନ୍ତୁ। ଏବେ ଏଥିରେ ଚିକେନ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏବେ ଏକ କଢେଇରେ ତେଲ ଗରମ କରି ସେଥିରେ ମଇଦା ଗୋଳା ଯାଇଥିବା ଚିକେନକୁ ଛାଣି ଦିଅନ୍ତୁ।

ଆଉ ଏକ ପ୍ୟାନରେ ତେଲ ଗରମ କରି ତେଜପତ୍ର ପକାନ୍ତୁ। ଏହାପରେ ଭଲ ଭାବରେ ପିଆଜକୁ ଭାଜନ୍ତୁ। ଏଥିରେ କିଛି ଚିନି ଓ ଲେମ୍ବୁ ରସ ପକାନ୍ତୁ। ଏହି ମିଶ୍ରଣରେ ଏବେ ଚିକେନ ପକାଇ ଫ୍ରାଇ କରନ୍ତୁ। ଏହି ସମୟରେ କିଛି ଗରମା ମସଲା ଓ ଧନିଆ ପାଉଡର ପକାଇ ୭ ମିନିଟ୍ ଭାଜି ଦିଅନ୍ତୁ। ପ୍ରସ୍ତୁତ ହୋଇଯିବ ଆପଣଙ୍କର ସ୍ଵିଟ୍ ଚିକେନ। ଏହାକୁ ଆପଣ ରୁଟି ,ପରଟା ଓ ଭାତ ସହିତ ମଧ୍ୟ ଖାଇପାରିବେ ।

Spread the love