ଭିଡିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ଵର ୨୩।୧୧: ସନ୍ଧ୍ୟାରେ ଡ୍ୟୁଟି ସାରି ମନ ଖୁସିରେ ଘରକୁ ଫେରିଲେ। ହେଲେ ରାତି ପ୍ରାୟ ୯ଟା୩୦ରେ ଖବର ଆସିଲା ନ୍ୟୁଜ୭ ଚ୍ୟାନେଲରେ କାର୍ଯ୍ୟରତ ଭିଡିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀ ଆଉ ନାହାନ୍ତି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି। ୫୨ ବର୍ଷ ବସୟରେ ମଙ୍ଗଳବାର ତାଙ୍କର ଦେହାନ୍ତ  ଘଟିଛି। ଦୀର୍ଘ ବର୍ଷ ଧରି ସେ ବୈଦ୍ୟୁତିକ ଗଣମାଧ୍ୟମରେ  ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ। ମେଳାପି ଏବଂ ମିଷ୍ଟଭାଷୀ ମଣିଷଟିଏ ଥିଲେ ସୁବୋଧ। ତାଙ୍କର ବିୟୋଗରେ ନ୍ୟୁଜ୭ ପରିବାରରେ ଶୋକର ଲହରି ଖେଳି ଯାଇଛି। ନ୍ୟୁଜ୭ କାର୍ଯ୍ୟାଳୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି।

Spread the love