ଧର୍ମଗଡ଼ରେ ମତ୍ସ୍ୟ କନ୍ୟା ଜନ୍ମ!

ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ହାତିପଖାନ ତ୍ରିପାଲ ଖର୍ସେଲଙ୍କ ସ୍ତ୍ରୀ ଜୟନ୍ତୀଙ୍କୁ ପ୍ରସବ ବେଦନା ହେବାରୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଆଜି ସେ ଏକ ଶିଶୁ ଜନ୍ମ ଦେଇଥିଲେ । ଯାହାର ଅଣ୍ଟା ପାଖରୁ ପାଦ ପର୍ୟ୍ୟନ୍ତ ଯୋଡି ହୋଇ ଯାଇଛି । ଜନ୍ମ ପରେ ଶିଶୁ ସହ ପ୍ରସୂତିଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ସ୍ଥାନାନ୍ତରିତ କରାଯାଇଛି । ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି ।

Spread the love