ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦୀରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତି। ଏହି ଉପଲକ୍ଷେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେନାପଟା ଲାଗି ସହ ଅନ୍ୟାନ୍ୟ ନୀତି ଶେଷ ହୋଇଥିଲା। ସ୍ନାନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ସଜେଇ ହୋଇଛି। ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯିବା ସହ ଲୁହାବାଡ଼ରେ ଆଚ୍ଛାଦିତ କରାଯାଇଛି। ମହାପ୍ରଭୁ ଶ୍ରୀମନ୍ଦିର ପରିସର ସୁନାକୂଅରୁ ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଥିବାରୁ ଏହାର ଶୋଧ ହୋଇଛି।

୧୦୮ ଜଳରେ ସ୍ନାନ କରିବା ପରେ ଜରରେ ପଡିବେ ମହାବାହୁ । ଏହି ସମୟରେ ସାଧାରଣ ଭକ୍ତ କାଳିଆ ଠାକୁରଙ୍କୁ ଦର୍ଶନ କରିବେ ନାହିଁ । ଦଇତାପତି ସେବାୟତମାନେ ଏହି ସମୟରେ ଜରରେ ପୀଡିତ ଥିବା ଠାକୁରଙ୍କ ଶ୍ରୀଅଙ୍ଗରେ ଗୁପ୍ତ ନୀତି କରିବାର ବିଧି ରହିଛି । ତେବେ ଆଜିର ଏହି ମହାସ୍ନାନ ଦେଖିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । କେତେବେଳେ ସେହି ଶୁଭବେଳ ହେବ ଯେଉଁ ସମୟରେ କାଳିଆ ସାଆନ୍ତ ସ୍ନାନ କରିବେ ।
Spread the love