ଚୀନରେ ଭୂମିକମ୍ପ, ୧୧ ମୃତ୍ୟୁ, ୧୨୩ ଆହତ

ଚୀନର ସିଚୁଆନ ପ୍ରାନ୍ତରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ଭୂମିକମ୍ପର ଦୁଇଟି ବଡ ଝଟକା ଲାଗିଛି । ଏହି ଦୁଇଟି ଝଟକାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୨୩ ଜଣ ଆହତ ହୋଇଥିବା ଖବର ମିଲିଛି । ଚୀନର ଭୂକମ୍ପ କେନ୍ଦ୍ର ସିଇଏନ୍‌ସି ଅନୁଯାୟୀ ଭୂମିକମ୍ପର ତିବ୍ରତା ୬.୦ ରହିଥିଲେ । ସିଇଏନ୍‌ସିର ସୂଚନା ଅନୁଯାୟୀ ସୋମବାର ରାତି ୧୦ଟା ୫୫ ମିନିଟରେ ଇବିନ ସହରରେ ଚାଙ୍ଗିଙ୍ଗ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା । ମଙ୍ଗଳବାର ସକାଲୁ ୫.୩ ତିବ୍ରତାର ଭୂମିକମ୍ପ ଦ୍ୱିତୀୟଥର ପାଇଁ ଅନୁଭବ ହୋଇଥିଲା ।

ଚୀନର ନ୍ୟୁଜ ଏଜେନ୍ସି ଶିନ୍ହଆକୁ ଜଣେ ଉଦ୍ଧାରକାର‌୍ୟ୍ୟରେ ନିୟୋଜିତ ଜଣେ କର୍ମୀ କହିଥିଲେ ଯେ, ଦୁଇଜଣ ଲୋକ ଫସିକି ରହିଛନ୍ତି, ସେମାନଙ୍କ ଭିତରୁ ଜଣେ ଗୁରୁତର ଅବସ୍ଥାରେ ଅଛି । ଏହି କର୍ମୀଙ୍କ ଅନୁଯାୟୀ ଶୁଆ୍‌ଘେ କସ୍ୱେରେ ମଲବେରୁ ୪ ଜଣଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଲୋକମାନଙ୍କ କହିବା ଅନୁଯାୟୀ, ଭୂମିକମ୍ପର ଅଧଘଣ୍ଟା ପରେ ମଧ୍ୟ ଝଟକା ଅନୁଭବ ହୋଇଥିଲା । ଚେଂଗୁଡୁରେ ପୂର୍ବ ଚେତାବନୀ ପ୍ରଣାଳୀ ଅନୁଯାୟୀ ଭୂମିକମ୍ପ ହେବାର ପାଖାପାଖି ଏକ ମିନିଟ ପୂର୍ବରୁ ହିଁ ଆଲାର୍ମ ବାଜିବା ଆରମ୍ଭ ହୋଇଯାଇଥିଲା । ଠିକ୍ ଏକ ମିନିଟ ପରେ ଭୂମିକମ୍ପର ଝଟକା ଅନୁଭବ ହୋଇଥିଲା । ଭୂମିକମ୍ପରେ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି । ଉଦ୍ଧାର କାର‌୍ୟ୍ୟରେ ଦମକଳ ବିଭାଗର ୬୩ଟି ଗାଡିଓ ୩୦୨ ଜଣ ଉଦ୍ଧାରକର୍ମୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।

Spread the love