ରାଜ୍ୟସଭା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଶାର ୩ଟି ରାଜ୍ୟସଭା ଆସନ ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ତିନୋଟି ପଦ ପାଇଁ ପୃଥକ ପୃଥକଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ । ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ । ଜୁଲାଇ ୫ ତାରିଖରେ ଉପ ନିର୍ବାଚନ ହେବ । ରାଜ୍ୟସଭା ନିର୍ବାଚନ ପରିଚାଳନା ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ଓଡ଼ିଶା ସର୍ବଅଡିନେଟ୍ ଷ୍ଟାଫ ସିଲେକ୍ସନ୍ କମିଶନଙ୍କ ସଚିବ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ନିଯୁକ୍ତି ମିଳିଛି।

ବିଜେଡିର ସମସ୍ତ ୩ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ଜିତିବା ସ୍ପଷ୍ଟ ହୋଇଯାଇଛି । ନିର୍ବାଚନ କମିଶନ ୩ଟି ଆସନ ପାଇଁ ଏକକ ବାଲାଟ୍ ପେପରରେ ଭୋଟ୍ ପରିବର୍ତ୍ତେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ବ୍ୟାଲଟ୍ ପେପରରେ ଭୋଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଜେଡି ହାତରେ ୧୧୧ ବିଧାୟକଙ୍କ ପ୍ରାର୍ଥୀ ରହିଛି । ତେଣୁ ବିଜେଡ଼ିର ପ୍ରାର୍ଥୀ ଜିତିବା ସୁନିଶ୍ଚିତ  ।

ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ତିନି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ଇସ୍ତଫା ଦେଇଛନ୍ତି । ଖାଲିପଡ଼ିଥିବା ଏହି ତିନି ସାଂସଦ ସ୍ଥାନରେ ଉପ ନିର୍ବାଚନ ହେବ ।

Spread the love