କରୋନା ମୁକ୍ତି ପାଇଁ ଜଳିବ ଏକଲକ୍ଷ ଦୀପାଳି, ଆସନ୍ତା ଦେବ ଦୀପାବଳି ଅବସରରେ ପୁରୀ ବଡ଼ଦାଣ୍ଡରେ ହେବ ଆୟୋଜନ

ପୁରୀ, ୦୨/୧୨: ଆସନ୍ତା ଦେବ ଦୀପାବଳିରେ ପୁରୀ ବଡ଼ଦାଣ୍ଡ ହେବ ଦୀପମୟ । ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ମଧ୍ୟରେ ଜଳିବ ୧ ଲକ୍ଷ ଦୀପ। ଆସନ୍ତା ୪ ଓ ୫ ତାରିଖ ସନ୍ଧ୍ୟା ୫ ଟାରୁ ୭ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଲକ୍ଷାଧିକ ଦୀପଦାନ ପାଇଁ ସ୍ଥିର ହୋଇଛି। ବିଶ୍ବକୁ କୋଭିଡ ବିପଦରୁ ମୁକ୍ତ କରିବା ପାଇଁ ଏହି ଦୀପଦାନ କରାଯିବ ବୋଲି ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଦେବ ଦୀପାବଳୀ ତିଥିରେ ରାଜ୍ୟରେ ଥିବା ସବୁ ଜଗନ୍ନାଥ ମନ୍ଦିରରେ ଦୀପଦାନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଦୀପଦାନ କମିଟିର କାର୍ଯ୍ୟକାରୀ ସମ୍ପାଦକ ଶୁଭାଶିଷ ଖୁଣ୍ଟିଆ, ଛତିଶା ନିଯୋଗ ସଦସ୍ୟ ଗୌରହରି ପ୍ରଧାନଙ୍କ ସହ ଅନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Spread the love