କେଶ ଝଡ଼ିବା ସହ ରୁପି ସମସ୍ୟାକୁ ଦୂର କରିଥାଏ ଘିଅ, ଜାଣନ୍ତୁ ଲଗାଇବା ବିଧି

ପୂର୍ବ ସମୟରେ କେଶକୁ ମଜବୁତ କରିବା ପାଇଁ ଲୋକ ଅନେକ ଘରୋଇ ଉପାୟ ଆପଣାଉଥିଲେ। ମୁଣ୍ଡରେ ଦହି, ଲହୁଣୀ , କ୍ଷୀର ସହ ଘିଅ ମଧ୍ୟ ଲଗାଉଥିଲେ । କାରଣ ଘିଅ କେଶ ପାଇଁ ଅନେକ ଫାଇଦା ଯୋଗାଇଥାଏ। କେଶକୁ ମୂଳରୁ ମଜବୁତ କରିବା ପାଇଁ ଏହା ପୋଷଣ ଦେଇଥାଏ। ଏହାଦ୍ୱାରା କେଶର ସବୁ ସମସ୍ୟା ଦୂର ହୋଇଯାଏ।  ଘିଅରେ ଆଣ୍ଟି ମାଇକ୍ରୋବିୟଲ ଏବଂ ଆଣ୍ଟି ଫଙ୍ଗାଲ ଗୁଣ ଭରପୂର ମାତ୍ରାରେ ରହିଛି। ଯାହା ଚର୍ମରେ ବ୍ୟକ୍ଟେରିଆ ଏବଂ ଫଙ୍ଗସକୁ ବିକାଶକୁ ରୋକିଥାଏ । ମୁଣ୍ଡରେ ଘିଅ ମାଲିସ କରିବା ପରେ ଅନେକ ଫାଇଦା ହୋଇଥାଏ। ଆଜି ଆମେ ତାହା ସମ୍ପର୍କରେ କହିବୁ..

ରୁପି ମୁକ୍ତ:
ଶୁଷ୍କ ତ୍ୱଚା ଥିବା ଲୋକଙ୍କର ଶୀତ ଦିନରେ ଅଧିକ ରୂପି ହୋଇଥାଏ। ରୁଖାପଣ ରୁପିର ପ୍ରଥମ କାରଣ। ଯାହାର ପ୍ରଥମ ଉପାୟ ହେଉଛି ଘିଅ। ଘିଅକୁ ମୁଣ୍ଡରେ ଭଲସେ ମାଲିସ କରି ପରେ ସାମ୍ପୁ କରି ଦିଅନ୍ତୁ । ୧ ମାସ ପର୍ଯ୍ୟନ୍ତ ଏଭଳି କରନ୍ତୁ ।ଦେଖିବେ ରୁପି ଦୂର ହୋଇଯିବ।

କେଶ ସମସ୍ୟା ହୁଏ ଦୂର:
କେଶ ମୂଳକୁ ମଜବୁତ କରିବା ପାଇଁ ଘିଅ ସବୁଠୁ ଭଲ ହୋଇଥାଏ। ଘିଆରେ ଥିବା ପୋଷକ ତତ୍ତ୍ୱ କେଶକୁ ମୂଳରୁ ମୁଜବୁତ ରଖେ। ଘିଅକୁ ଲଗାଇ ୧ ଘଣ୍ଟା ରଖିବା ପରେ ଭଲ ଭାବେ ସାମ୍ପୁରେ ଧୋଇଦିଅନ୍ତୁ।

ଧଳା କେଶରୁ ମୁକ୍ତି:
ପ୍ରଦୂଷଣ ଓ ଖରାପ ଜୀବନଶୈଳୀ କାରଣରୁ ଏପରି ସମସ୍ୟା ହୋଇଥାଏ । କିନ୍ତୁ ଘିଅ ଲଗାଇବା ଦ୍ୱାରା ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ । ଏହାଦ୍ୱାରା ଶୀଘ୍ର ଆପଣଙ୍କ କେଶ ଧଳା ହେବ ନାହିଁ।

ଶୁଷ୍କ କେଶରୁ ମୁକ୍ତି:
ଡ୍ରାଏ ହେୟାରରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ କେଶରେ ଲଗାନ୍ତୁ ଘିଅ। ଏହାଦ୍ୱାରା କେଶକୁ ନାଚୁରାଲ ହାଇଡ୍ରେସନ ମିଳିବ ।ଏହା ପ୍ରାକୃତିକ ଉପାୟରେ କେଶକୁ ମୁଲାୟମ ରଖିଥାଏ।
ତେବେ ଏହି ଟିପ୍ସକୁ ଆପଣାଇ ନିଜର ଡ୍ରାଏ ଓ ଡାନଡ୍ରଫ ହେୟାର ସମସ୍ୟାରୁ ମୁକ୍ତି ପାଇପାରିବେ। ଏହା ଏକ ଘରୋଇ ଉପାୟ । ଯାହାର କିଛି ଖରାପ ପ୍ରଭାବ ବା ସାଇଡ ଇଫେକ୍ଟ ନାହିଁ। ଶୀତଦିନରେ କେଶ ପାଇଁ ଏହି ଉପାୟ ସବୁଠୁ ବେଷ୍ଟ ହୋଇଥାଏ। ଯଦି ଆପଣଙ୍କ ତ୍ୱଚା ଶୁଷ୍କ ତେବେ ଏହି ଘରୋଇ ଉପାୟଳ ନିଶ୍ଚିତ ଆପଣାନ୍ତୁ।

Spread the love