ବିଧାନସଭା ଆଗରେ ଗୋବର ପାଣି ପକାଇଲେ ବିରୋଧୀ

ଭୁବନେଶ୍ୱର : ଆଜି ପୁଣି ଦିବ୍ୟସଙ୍କର ମିଶ୍ରଙ୍କୁ ଘୃହକୁ ପ୍ରବେଶ ନକରିବା ପ୍ରତିବାଦରେ ବିରୋଧୀ ବିଧାନସଭା ଆଗରେ ଗୋବର ପାଣି ପକାଇବା ସହ ଝାଡୁ ମାରିଛି. ଫଳରେ ବିଧାନସଭାର ଶୀତକାଳିନକୁ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ବିରୋଧୀ ହୋହଲ୍ଲା କରିଥିଲେ ।

ଅଧିବେଶନର ତୃତୀୟ ଦିନରେ ରାଜସ୍ବ ସହିତ ବିପର୍ଯ୍ୟୟ ପରିଚାଳନା. ଜାତି ଓ ଜନଜାତି, ପଛୁଆ ବର୍ଗ ଓ କ୍ରୀଡା ବିଭାଗ ସମ୍ପର୍କିତ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଶିଳ୍ପ, ଇଲୋକ୍ଟ୍ରୋନିକ୍ସ, ଆଇଟି ବିଭାଗର ପ୍ରଶ୍ନକାଳ ମଧ୍ୟ ରହିଛି । ବିପର୍ଯ୍ୟୟ ଆଇନଶୃଙ୍ଖଳାକୁ ବିରୋଧୀ ମୁଖ୍ୟଅସ୍ତ୍ର କରିଥିବାବେଳେ ଶାସକ ଦଳ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିଛି ।

Spread the love