ଜଓ୍ବାଦ’ ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ, ବିଭିନ୍ନ ଜିଲ୍ଲାକୁ ଗସ୍ତ କଲେ ୩୩ଟି ଟିମ୍

କଟକ ୩।୧୨: ସାମୁଦ୍ରିକ ବାତ୍ୟା ‘ଜଓ୍ବାଦ’ର ମୁକାବିଲା ପାଇଁ ନାରାଜ ସ୍ଥିତ ଟ୍ରେନିଂ ସେଣ୍ଟରରୁ ଶୁକ୍ରବାର ୩୩ଟି ଟିମ୍ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିଛନ୍ତି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଅଗ୍ନିଶମ ବାହିନୀ ଫୋକସ୍ କରିବ । ତିନୋଟି ଦିଗକୁ ଧ୍ୟାନ ଦେବେ ଅଗ୍ନିଶମ ବାହିନୀ ।

ଗଛ ଭାଙ୍ଗିଲେ କିମ୍ବା ଉପୁଡ଼ିଲେ, ରାସ୍ତା ସଫା କରିବା, ସହରୀ ବନ୍ୟା ଭଳି ସ୍ଥିତି ଉପୁଜିଲେ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବା ଏବଂ ବନ୍ୟା ଆସିଲେ ତାର ମୁକାବିଲା ଲାଗି ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼ାଇ କହିଛନ୍ତି ।

Spread the love