ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର, ୦୪/୧୨: ବିଶିଷ୍ଟ ପଦାର୍ଥ ବୈଜ୍ଞାନିକ ପଦ୍ନଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ । ୯୩ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।

ପଦ୍ମଭୂଷଣ ତ୍ରିଲୋଚନ ୧୯୨୯ ମସିହା ଜାନୁଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଠ ପଢିବା ପରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ପରେ ସେ ୟୁନିଭର୍ସିଟି ଅଫ୍ ଚିକାଗୋରେ ମଧ୍ୟ ଅଧ୍ୟୟନ କରିଥିଲେ ।

ନୟାଗଡ ଜିଲ୍ଲାର ଘନସାଳିଆରେ ଜନ୍ମିତ ତ୍ରିଲୋଚନ ଦେଶ ବିଦେଶରେ ଅନେକ ଯଶ ଅର୍ଜନ କରିଛନ୍ତି । ସେ ତିନୋଟି ପୁସ୍ତକ ଯଥା ଦି ଫୋଟନ, କ୍ୱାଣ୍ଟମ୍ ମେକାନିକ୍ସ ଓ ଇଲେକ୍ଟ୍ରନ୍ କ୍ୟାପଚର୍ ବାଏ ପ୍ରୋଟନ ପାସିଂ ଥ୍ରୋ ହାଇଡ୍ରୋଜେନ ଲେଖିଛନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳର ପୂର୍ବତନ କୁଳପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ଆହୁରି ମଧ୍ୟ ସେ ଇନଷ୍ଟିଚ୍ୟୁଟ୍ ଅପ୍ ଫିଜିକ୍ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶ ଭାବେ ପଦ ସମ୍ଭାଳିଥିଲେ ।

୧୯୯୦ରେ ତ୍ରିଲୋଚନଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ୧୯୮୦ରେ ମେଘନାଦ ପୁରସ୍କାର, ୨୦୧୪ରେ କଳିଙ୍ଗ ପୁରସ୍କାର ଓ ୨୦୧୮ରେ କଳିଙ୍ଗ ରତ୍ନ ପୁରସ୍କାର ପାଇଥିଲେ ସେ । ତାଙ୍କର ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Spread the love