ସିସୋର ଗ୍ରୁପ ଅଫ କମ୍ପାନୀର ୫କୋଟି ୬୭ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ବାଜ୍ୟାପ୍ତ କଲା ED

ସିସୋର ଗ୍ରୁପ ଅଫ କମ୍ପାନୀର ସ୍ଥାବର ସଂପତ୍ତି ବାଜ୍ୟାପ୍ତ। ୫କୋଟି ୬୭ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ବାଜ୍ୟାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବହୁଚର୍ଚ୍ଚିତ ସିସୋର ଚିଟ୍‌ ଫଣ୍ଡ ଠକେଇ ନେଇ ୨୦୧୪ ମାର୍ଚ୍ଚ ୨୨ତାରିଖରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ମାମଲା ରୁଜୁ କରିଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିଲା। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ହେବାକୁ ଥିବା ୪୪ଟି ସଂସ୍ଥା ମଧ୍ୟରେ ରହିଥିଲା ସିସୋର ଗ୍ରୁପ।

ଭୁବନେଶ୍ୱର ସିବିଆଇ ପକ୍ଷରୁ ତଦନ୍ତ ପରେ ଚାର୍ଜସିଟ ଦାଖଲ କରାଯାଇଥିଲା। ତଦନ୍ତ ବେଳେ ୬ କୋଟି ୫୦ ଲକ୍ଷ ଟଙ୍କା ହେରଫେର କରାଯାଇ କଂପାନୀର ଦୁଇ ହିତାଧିକାରୀ ଦିଲ୍ଲୀପ ଅମୃତଲାଲ ଗୁଧାକା ଓ ମୟୂରେଶ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍‌ସଫର କରାଯାଇଥିଲା। ଦିଲ୍ଲୀପ ଓ ମୟୂରେଶଙ୍କ ୫କୋଟି ୬୭ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ବାଜ୍ୟାପ୍ତ ପାଇ ନିର୍ଦ୍ଦେଶ ହୋଇଛି। ସିସୋର ଚିଟ୍‌ଫଣ୍ଡ ମାମଲାର ବର୍ତ୍ତମାନ ସୁଦ୍ଧା ୪ଟି ବାଜ୍ୟାପ୍ତି ନିିର୍ଦ୍ଦେଶ ସହ ଗ୍ରୁପର ୨୫୮ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତ ହୋଇଛି।

Spread the love