ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ

ଜଗତସିଂହପୁର,୦୫|୧୨: ଟଳିଛି ବାତ୍ୟା ଆଶଙ୍କା । କିନ୍ତୁ ଏହା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଧାନ ଫସଲ ବ୍ୟାପକ କ୍ଷତି ଘଟିଛି ।

ରାତି ସାରା ବର୍ଷା  ଓ ହାଲୁକା ପବନ ଲାଗି ରହିବା ଫଳରେ ପାଚିଲା ଧାନ ଗଛ ଗୁଡିକ ଶୋଇ ପଡିଛି । ଏହାସହ ପାଣିରେ ବୁଡି ଯାଇଛି । ଯଦ୍ୱାରା ଜିଲ୍ଲାର ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଯେଉଁ ପାଚିଲା ଧାନ ଗୁଡିକ ପାଣିରେ ବୁଡି ଯାଇଛି ସେଗୁଡିକ ଗଜା ହୋଇଯିବା ସହ ପଚି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ।

ଦୁଇ ମାସ ତଳେ ହୋଇଥିବା ଲଗାଣ ବର୍ଷାରେ ଅନେକ ବିଲ ଶୁଖିନାହିଁ । ପୁଣି ଧାନ କଟା ସମୟରେ ବର୍ଷା ହେବାରୁ ଧାନ ସହ ପନିପରିବା ଚାଷ ମଧ୍ୟ ବ୍ୟାପକ କ୍ଷତି ଘଟିଛି ।

Spread the love