ହିନ୍ଦୁ ରୀତିନୀତିରେ ହେଲା ଛେଳିର ଶେଷକୃତ୍ୟ

ନୂଆଦିଲ୍ଳୀ ୨୦।୧୧ : ଉତ୍ତର ପ୍ରଦେଶର କୋଶାମ୍ବି ଜିଲ୍ଲାରେ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ଛେଳିର ମୃତ୍ୟୁ ପରେ ତା ମାଲିକ ହିନ୍ଦୁ ରୀତିନୀତି ଅନୁଯାୟୀ ତାର ଅନ୍ତିମ ସଂସ୍କାର କରାଯାଇଛି । ଏହା ବ୍ୟତୀତ ଛେଳିର ଆତ୍ମାର ଶାନ୍ତି ପାଇଁ ଏକ ବ୍ରାହ୍ମଣ ଭୋଜନି ମଧ୍ୟ ଆୟୋଜିତ କରିଥିଲେ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ଅନେକ ଲୋକ ସେହି ଦୁହିଁଙ୍କ ପ୍ରେମଭାବ ଦେଖିବା ପରେ ଭାବପ୍ରବଣ ହୋଇଯାଆନ୍ତି ।

କୌଶାମ୍ବି ଜିଲ୍ଲାର ନିହାଲପୁର ଗାଁର ବାସିନ୍ଦା ରାମପ୍ରକାଶ ଯାଦବ ହୋମଗାର୍ଡ ଭାବରେ କାର୍ଯ୍ୟ କରନ୍ତି । ରାମପ୍ରକାଶ ଯାଦବ ତାଙ୍କ ଘରେ ଗୋଟିଏ ଛେଳି ପାଳି ରଖିଥିଲେ। ଛେଳିର ନାମ କଲ୍ଲୁ ରଖାଯାଇଥିଲା। ସେ ଛେଳିଟିକୁ ନିଜ ପୁଅ ଭଳି ଭଲ ପାଉଥିଲେ। ଛେଳିଟି ମଧ୍ୟ ତାଙ୍କ ସହିତ ଘରେ ରହୁଥିଲା। ରାମପ୍ରକାଶଙ୍କ ପରିବାର ସଦସ୍ୟ ମଧ୍ୟ ଛେଳି କଲ୍ଲୁ ଖୁବ୍‌ ଭଲ ପାଉଥିଲେ। ଛେଳିଟି ମଧ୍ୟ ତାଙ୍କ ପରିବାରର ସଦସ୍ୟ ପାଲଟି ଯାଇଥିଲା । ବହୁତ ଦୀନ ରହିବ ପରେ ଧିରେ ଧିରେ ବୃଦ୍ଧ ହୋଇଯାଇଥିଲା । ଛେଳିଟି ବୃଦ୍ଧ ହେବାରୁ ଅସୁସ୍ଥ ହୋଇ ଯାଇଥିଲା । ଏହିଥିପାଇଁ ରାମପ୍ରକାଶ ତାକୁ ଔଷଧ ମଧ୍ୟ ଆଣିକି ଦେଇଥିଲେ । କିନ୍ତୁ ଶୁକ୍ରବାର ସକାଳେ ଛେଳିଟି ହଠାତ୍ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ଏବଂ ତାର ମୃତ୍ୟୁ ହୋଇଥିଲା । କଲ୍ଲୁର ମୃତ୍ୟୁରେ ପରିବାର ଲୋକେ ଅତ୍ୟନ୍ତ ଦୁଖିତ ହୋଇଥିଲେ।

ଏହା ପରେ ରାମପ୍ରକାଶଙ୍କ ପରିବାର ଛେଳିର ଅନ୍ତିମ ସଂସ୍କାରରେ ଏକାଠି ହୋଇଥିଲେ। ପରିବାର, ଗ୍ରାମବାସୀଙ୍କ ସହ ପ୍ରଥମେ ଛେଳିର ଅନ୍ତିମ ସଂସ୍କାର କରିଥିଲେ। ତା’ପରେ ରାମପ୍ରକାଶ ତାଙ୍କୁ ନିଜ ଫାର୍ମକୁ ନେଇ ହିନ୍ଦୁ ରୀତିନୀତି ଅନୁଯାୟୀ ଶେଷକୃତ କରିଥିଲେ। ରାମପ୍ରକାଶ ସମେତ ତାଙ୍କ ପରିବାର ଲୋକେ ଶୁଦ୍ଧି ହୋଇଥିଲେ ।

Spread the love