ଆସନ୍ତା ୨୩ରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ : ବିଜେପି

ଆସନ୍ତା ଜୁନ ୨୩ ତାରିଖରେ ବିଜେପିର ନବନିର୍ବାଚିତ ବିଜେପି
ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଧାୟକ ଦଳ ନେତା ଚୟନ କରାଯିବା ସହିତ ପର୍ଯ୍ୟବେକ୍ଷକ ଭାବେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ସାଂସଦ ସୁଶ୍ରୀ ସରୋଜ ପାଣ୍ଡେ, କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ବିଜେପି ପ୍ରଭାରୀ  ଅରୁଣ ସିଂହଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି  ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ
ପ୍ରମୁଖ ଉପସ୍ଥିତ ଥିଲେ ।

Spread the love