ବିଜେପି ରାଜ୍ୟସଭା ପ୍ରାର୍ଥୀଘୋଷଣା

ରାଜ୍ୟସଭା ପାଇଁ ଓଡ଼ିଶାରୁ ବିଜେପିର ପ୍ରାର୍ଥୀ ଦେବା ପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏବଂ ର।।ଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହା ନିର୍ଣ୍ଣୟ କରିଥିବାରୁ ବିଜେପି ରାଜ୍ୟ ଶାଖା ତରଫରୁ ଉଭୟଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର  ଗୋଲକ ମହାପାତ୍ର ସୁଚନା ଦେଇ କହିଛନ୍ତି ।
ଶ୍ରୀମହାପାତ୍ର କହିଛନ୍ତି ଯେ,  ଅଶ୍ୱିନୀ ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରି ବାଜପେୟୀଙ୍କର
ବ୍ୟକ୍ତିଗତ ସଚିବ ଥିଲେ ଏବଂ ଦକ୍ଷ ପ୍ରଶାସକ ଭାବେ ନିଜକୁ ପ୍ରମାଣିତ କରିଥିଲେ ।

ରାଜ୍ୟର ଦ୍ରୁତ ବିକାଶ ବିଜେପିର ଏଜେଣ୍ଡା
ଓ ଆଗାମୀ ଦିନରେ ରାଜ୍ୟର ସାଧାରଣଜନତାଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଯୋଜନାର ବିକାଶ ପହଂଚାଇବା ପ୍ରାଥମିକତା ବୋଲି  ଶ୍ରୀ ମହାପାତ୍ର କହିଛନ୍ତି ।

Spread the love