CDS ବିପନ ରାୱତଙ୍କ ଗସ୍ତରେ ପତ୍ନୀ ମଧୁଲିକା କାହିଁକି ହୁଅନ୍ତି ସାମିଲ, ଜାଣନ୍ତୁ କରନ୍ତି କ’ଣ ?

କୁନ୍ନୁର ୮।୧୨ :  ଚେନ୍ନାଇ କୁନ୍ନୁରରେ ବୁଧବାର ସେନା ହେଲିକପ୍ଟର ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୩କୁ ପହଞ୍ଚିଛି। ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକପ୍ଟର ଏମଆଇ-୧୭ ଭି-୫ରେ ଅନ୍ୟମାନଙ୍କ ସହ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତ ମଧ୍ୟ ଥିଲେ।  ସିଡିଏସଙ୍କ ସହ ମଧୁଲିକା ଔପଚାରିକ ଗସ୍ତରେ ଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସିଡିଏସଙ୍କ ପତ୍ନୀ ହୋଇଥିବାରୁ ମଧୁଲିକାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ  ଦାୟିତ୍ୱ ରହିଛି। ଏଣୁ ସ୍ୱାମୀଙ୍କ ପ୍ରତ୍ୟେକ ଗସ୍ତରେ ସେ ସାମିଲ ହୁଅନ୍ତି।

ମଧୁଲିକା ସିଡିଏସଙ୍କ ପତ୍ନୀ ହୋଇଥିବାରୁ ସେ ଡିଫେନ୍ସ ୱାଇଫସ୍ ୱେଲଫେୟାର ଆସୋସିଏସନ (ଡିଡବ୍ଲୁଡବ୍ଲୁଏ)ର ଅଧ୍ୟକ୍ଷା ଅଟନ୍ତି। ସେନା କର୍ମଚାରୀଙ୍କ  ପତ୍ନୀମାନଙ୍କର ଏହି ଅନୁଷ୍ଠାନଟି ସେନାମୁଖ୍ୟଙ୍କ ପତ୍ନୀ ଭାବେ ତାଙ୍କ ଦାୟିତ୍ୱରେ ରହିଛି। ଅନୁଷ୍ଠାନ ସେନାରେ କାର୍ଯ୍ୟରତ ଅସଂଖ୍ୟ ସୈନିକ ଓ ଅଧିକାରୀଙ୍କ ନିର୍ଭର ପରିବାରଙ୍କ କଲ୍ୟାଣ ଲାଗି କାମ କରନ୍ତି। ଏଣୁ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫଙ୍କ ମୁଖ୍ୟାଳୟରେ ସଙ୍ଗଠନର କାର୍ଯ୍ୟାଳୟ ଥିବା ବେଳେ ଅଧ୍ୟକ୍ଷା ମଧୁଲିକା ରାୱତ ନିୟମିତ କାର୍ଯ୍ୟାଳୟକୁ ମଧ୍ୟ ଯାଆନ୍ତି।

ଅଧ୍ୟକ୍ଷା ମଧୁଲିକା ରାୱତ ଅନେକ ସେନା କଲ୍ୟାଣ  ଅଭିଯାନର ସାମିଲ ଥିବା ବେଳେ ବୀରଙ୍ଗନା(ସେନା ବିଧବା) ଓ ଦିବ୍ୟାଙ୍କ ପିଲାଙ୍କ କଲ୍ୟାଣ ଲାଗି ଅନେକ କାର୍ଯ୍ୟ କରିଛନ୍ତି। ଏହା ଛଡା ଅନ୍ୟ ସାମାଜିକ କାର୍ଯ୍ୟକ୍ରମମାନଙ୍କରେ ମଧ୍ୟ ତାଙ୍କର ଯୋଗଦାନ ଥାଏ। ଏଣୁ ସେନା ମୁଖ୍ୟ ଭାବେ ସିଡିଏସ୍‌ ଯେତିକି ଦାୟିତ୍ୱବାନ ତାଙ୍କ ପତ୍ନୀ ଭାବେ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିଥାନ୍ତି। ହେଲିକପ୍ଟର ଦୁର୍ଘଟଣାରେ ସେ ଏପର୍ଯ୍ୟନ୍ତ ନିଖୋଜ ଥିବା କୁହାଯାଉଛି।

Spread the love