ଦେଶର ପ୍ରଥମ ସିଡିଏସ ବିପିନ ରାୱତଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, ରାଜନାଥ ସିଂହ

ନୂଆଦିଲ୍ଲୀ ୦୮/୧୨ : ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣା ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଥିଲେ। ଦୁର୍ଘଟଣାରେ ରାବତଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ଓ ସେନା ଯବାନ ଥିଲା। ବିପିନ ରାୱତଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ନେତା ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।

ଟ୍ୱିଟ କରି ମୋଦି କହିଛନ୍ତି, “ଭାରତର ପ୍ରଥମ ସିଡିଏସ ଭାବେ ଜେନେରାଲ ବିପିନ ରାୱତ ପ୍ରତିରକ୍ଷା ସହ ଆମର ସଶସ୍ତ୍ରବଳ ସହ ଜଡିତ ବିଭିନ୍ନ ଦିଗରେ କାମ କରିଛନ୍ତି। ସେ ନିଜ ସହ ସେନାରେ କାମ କରିବାକୁ ଏକ ସମୃଦ୍ଧ ଅନୁଭବ ନେଇ ଆସିଥିଲେ। ଭାରତ ତାଙ୍କର ଅସାଧାରଣ ସେବାକୁ କେବେ ଭୁଲିବନି।”

ସେ କହିଛନ୍ତି ଜେନେରାଲ ରାୱତ ଜଣେ ଉତ୍କୃଷ୍ଟ ସୈନିକ ଥିଲେ। ସେ ଜଣେ ସଚ୍ଚୋଟ ଦେଶଭକ୍ତ। ସେ ଆମର ପ୍ରତିରକ୍ଷା ତନ୍ତ୍ରର ଆଧୁନିକୀକରଣରେ ଅନେକ ଯୋଗଦାନ କରିଛନ୍ତି। ସାମରିକ ମାମଲାରେ ତାଙ୍କର ଦୃଷ୍ଟିକୋଣ ଅସାଧାରଣ ଥିଲା ବୋଲି ମୋଦି କହିଛନ୍ତି। ତାଙ୍କ ଦେହାନ୍ତରେ ସେ ଗଭୀର ମର୍ମାହତ।

Spread the love