ଶୀତ ଦିନରେ ଧୂମ୍‌ ଖାଆନ୍ତୁ ବାଦାମ୍‌, ଶରୀରକୁ ମିଳିବ ଆଶ୍ଚର୍ଯ୍ୟକର ଫାଇଦା

ଥଣ୍ଡା ଦିନରେ ବାଦାମ ଖାଇବାର ମଜା ବହୁତ ଅଲଗା ପ୍ରକାର ହୋଇଥାଏ। ବାଦାମରେ ଶରୀରର ଆବଶ୍ୟକ ମୁତାବକ ଅନେକ ଭିଟାମିନ୍‌ ଏବଂ ମିନେରାଲ ରହିଛି। ଥଣ୍ଡା ଦିନରେ ବାଦାମ ଖାଇବା ଶରୀର ପାଇଁ ବହୁତ ପୌଷ୍ଟିକ ବୋଲି ଧରାଯାଏ। ଏଥିରେ ଭରପୂର ମାତ୍ରାରେ ପ୍ରୋଟୀନ ରହିଥାଏ ତେଣୁ ଏହା ଆପଣଙ୍କ ଶରୀରିକ ଏବଂ ମାନସିକ ଶକ୍ତିର ବିକାଶ କରିଥାଏ।

ଯଦି ଆପଣ ମୋଟାପଣ ଯୋଗୁଁ ଚିନ୍ତିତ ତାହେଲେ ବାଦାମ ଖାଇବା ବହତୁ ସାହାଯ୍ୟକାରୀ ହୋଇଥାଏ। କାରଣ ବାଦାମ ଆପଣଙ୍କ ଭୋକକୁ ଅଧିକ ସମୟ ପର୍ଯ୍ୟନ୍ତ ଶାନ୍ତ କରିଥାଏ ଏବଂ ଆପଣ ଅଧିକ ଖାଇବା ଠାରୁ ଦୂରେଇ ରହିବେ। କମ୍‌ ଖାଇବା ଦ୍ୱାରା ଓଜନ କମ୍‌ କରିବାରେ ସହଜ ହୋଇଥାଏ।
ବାଦାମରେ ଭରପୂର ମାତ୍ରାରେ ରୋଗ ପ୍ରତିରୋଧକ କ୍ଷମତା ଗୁଣ ରହିଥାଏ। ଏହି କାରଣରୁ ଆପଣଙ୍କ ମସ୍ତିଷ୍କ ମଜବୁତ ହୋଇଥାଏ ଏବଂ ଏହାସହିତ ମସ୍ତିଷ୍କ ଷ୍ଟ୍ରୋକ ଏବଂ ହୃଦ ସମ୍ବନ୍ଧୀୟ ରୋଗର ଭୟ ମଧ୍ୟ କମ୍‌ ରହିଥାଏ।

ସପ୍ତାହରେ ଅତି କମରେ ଦୁଇ ଥର ବାଦାମ ଖାଆନ୍ତୁ। ଏହାଦ୍ୱାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ମଧ୍ୟ ଲଢ଼ିବାକୁ ଶକ୍ତି ମଧ୍ୟ ମିଳିଥାଏ। ଏହା ଡାଇବେଟିଜର ଭୟକୁ ବହୁତ ମାତ୍ରାରେ କମ୍‌ କରିବାରେ ସହାୟକ ହୋଇଥାଏ।
ବାଦାମରେ ଭିଟାମିନ ସି ରହିଥିବାରୁ ସର୍ଦ୍ଦି, କାଶ, ଜ୍ୱରରୁ ମଧ୍ୟ ଏହା ଆପଣଙ୍କୁ ରକ୍ଷା କରିଥାଏ। ଏହାସହିତ ଏହା ଆପଣଙ୍କ ଶରୀରରେ ଗୁଡ କୋଲେଷ୍ଟ୍ରଲର ସ୍ତର ବି ବଢ଼ିଥାଏ।

ଯଦି ଗର୍ଭବତୀ ମହିଳା ପ୍ରତିଦିନ ୨୦୦ ଗ୍ରାମ ବାଦାମ ଖାଆନ୍ତି ତାହେଲେ ଏହାର ପ୍ରଭାବ ପିଲାଙ୍କ ଉପରେ ପଡିଥାଏ। ଏବଂ ପିଲା ଜନ୍ମ କରିବା ସମୟରେ କୌଣସି ପ୍ରକାର ସମସ୍ୟା ହୋଇନଥାଏ। ଏହାସହିତ ନବଜାତର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ।

Spread the love