ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ

ଭୁବନେଶ୍ବର ୯।୧୨: ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ଯୁବ ମୋର୍ଚ୍ଚାର ଶହ ଶହ କର୍ମୀ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି । ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ସେମାନଙ୍କୁ ଅଟକାଇଥିଲେ । ଫଳରେ ଉଭୟ ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତା ଧସ୍ତା ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି କର୍ମୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିବା ଜଣାପଡିଛି ।

ମମିତା ମେହେରକୁ ନ୍ୟାୟ ଦେବା ଦାବିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ଜଷ୍ଟିସ୍ ଫର୍ ମମିତା ହୋର୍ଡିଂ । ମାଷ୍ଟରକ୍ୟାଣ୍ଟିନ ଛକ, ରାଜଭବନ ଛକ ସମେତ ରାଜଧାନୀର ରାସ୍ତା ଘାଟରେ ବିଜେପି ପତାକା ଲଗାଯାଇଛି । ‘ବିଧାନସଭା ଚାଲ’ ନେଇ ଦେଇଥିବା ଡାକରାକୁ ସଫଳ କରିବା ପାଇଁ ବହୁ ବଜେପି କର୍ମୀ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ସ୍ବତନ୍ତ୍ର ରଥ ବାହାରିଛି । ସୁରକ୍ଷା ଦୃଷ୍ଟିରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ନିକଟରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Spread the love