ଶ୍ରୀମନ୍ଦିର ଭିତରୁ ଫଟୋ ଉଠାଇବା ମାମଲା, ସେବାୟତ ନିଲମ୍ବିତ

ଶ୍ରୀମନ୍ଦିର ଭିତରୁ ଫଟୋ ଉଠାଇବା ମାମଲାରେ ସମ୍ପୃକ୍ତ ସେବାୟତଙ୍କୁ  ନିଲମ୍ବନ କରାଯାଇଛି । ପୁଣି ଶ୍ରୀମନ୍ଦିର ଭିତରୁ ଫଟୋ ହେଲା ଭାଇରାଲ । ବାରମ୍ବାର ବାରଣ ସତ୍ତ୍ୱେ ଶ୍ରୀମନ୍ଦିର ଭିତରୁ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେଉଛି । ତେବେ ଏଥର ଜଣେ ସେବାୟତ/ ପାଟରା ସେବାୟତ ରଥଯାତ୍ରା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଗୋଟିଏ ସେଲଫି ନେଇ ସୋସିଆଲ ମିଡିଆରେ ଛାଡ଼ିଥିଲେ ।

ଏହି ଘଟଣା ପରେ ତାଙ୍କୁ ଶ୍ରୀମନ୍ଦିର ପାଟରା ନିଯୋଗ ପକ୍ଷରୁ ନିଲମ୍ବିତ କରାଯାଇଛି । ସୂଚନା ଅନୁଯାୟୀ ସେ ମହାପ୍ରଭୁଙ୍କ ପଇତା ତିଆରି କରୁଥିଲେ । ସେବାୟତଙ୍କ ନାଁ ଆଶୋକ ପାତ୍ର ବୋଲି ଜଣାପଡ଼ିଛି । ସେ ନିଜ ଓ୍ୱାଟ୍ସଆପ୍‌ ଓ ଫେସ୍‌ବୁକ୍‌ରେ ପଇତା ତିଆରି ସମୟର ଫଟୋ ଛାଡ଼ିଥିଲେ ବୋଲି ସୂଚନା ମିଳିଛି ।

Spread the love