ସମ୍ ଅଲ୍ଟିମେଟ ମେଡିକେୟାରକୁ ଏଚ୍‌ଏସିସିପି ପ୍ରମାଣପତ୍ର

ଭୁବନେଶ୍ୱର : ୱାନ୍ ଷ୍ଟପ୍‌, ନେକ୍ସଟ ଜେନେରେସନ୍ ମଲ୍ଟି ସ୍ପେଶିଆଲିଟି କ୍ୱାଟରନାରୀ କେୟାର ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର ଚଳିତବର୍ଷର ୨୨୦୦୦ – ୨୦୧୮ ଆଇଏସ୍‌ଓ ହାଜାର୍ଡ ଆନାଲିସିସ୍ କ୍ରିଟିକାଲ୍ କଂଟ୍ରୋଲ୍ ପଏଂଟ (ଏଚ୍‌ଏସିସିପି) ର ପ୍ରମାଣପତ୍ର ମିଳିବାର ସଫଳତା ହାସଲ କରିଛି। ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ମାତ୍ର ଦୁଇବର୍ଷ ମଧ୍ୟରେ ଚଳିତବର୍ଷର ୨୨୦୦୦–୨୦୧୮ ଆଇଏସ୍‌ଓ ଏଚ୍‌ଏସିସିପି ପ୍ରମାଣପତ୍ର ପାଇପାରିଛି ସମ୍ମମ୍। ଏନ୍‌ଏବିଏଚ୍ ଏବଂ ଏନ୍‌ଏବିଏଲ୍ ମାନ୍ୟତା ପାଇବା ପରେ ଏଚ୍‌ଏସିସିପି ପ୍ରମାଣପତ୍ର ପାଇବାରେ ସଫଳତା ହାସଲ କରିଛି ସମ୍ମମ୍। ଏଚ୍‌ଏସିସିପି ହେଉଛି ଏକ ଖାଦ୍ୟସୁରକ୍ଷା ବ୍ୟବସ୍ଥା ଯାହାକି ରୋଗୀ, ସେମାନଙ୍କ ସମ୍ପର୍କୀୟ, ହସ୍ପିଟାଲ୍‌କୁ ଆସିଥିବା ବ୍ୟକ୍ତି ଏବଂ କର୍ମଚାରୀ ମାନଙ୍କୁ ସବୁ ସମୟରେ ସୁରକ୍ଷିତ ଖାଦ୍ୟ ପ୍ରଦାନ କରିବା ନିମନ୍ତେ ଉଦ୍ଦିଷ୍ଟ । ଖାଦ୍ୟ ପଦାର୍ଥ ଉତ୍ପାଦନ, ପରିଚାଳନା, ବଂଟନ ଏବଂ ଖାଦ୍ୟ ଗ୍ରହଣ ଦିଗରେ ବିଭିନ୍ନ ବିଶ୍ଳେଷଣ ଏବଂ ଜୈବିକ, ରାସାୟନିକ ଏବଂ ଶାରୀରିକ ନିୟନ୍ତ୍ରଣ କ୍ଷେତ୍ରରେ ଖାଦ୍ୟ ସୁରକ୍ଷା ଦିଗରେ ଏହା କାର୍ଯ୍ୟ କରିଥାଏ ।

ଏହି ପ୍ରମାଣପତ୍ର ହସ୍ପିଟାଲ୍‌ରେ ଉଚିତ ପ୍ରକ୍ରିୟାରେ ଖାଦ୍ୟସୁରକ୍ଷା ପରିଚାଳନା ଏବଂ ସୁରକ୍ଷିତ ଖାଦ୍ୟ ପ୍ରଦାନ କରାଯିବାର ସମସ୍ତ ବ୍ୟବସ୍ଥା ରହିଥିବା ଦର୍ଶାଇଥାଏ। ରୋଗୀମାନଙ୍କୁ ଉତମମାନର ସ୍ୱାସ୍ଥ୍ୟସେବା ଓ ସୁରକ୍ଷା ପ୍ରଦାନ କରିବାରେ ପ୍ରତିଶ୍ରୁତିବଦ୍ଧ ନିଜର ଫୁଡ୍ ସର୍ଭିସ୍ ଡିଭିଜନ୍‌କୁ ଏଚ୍‌ଏସିସିପି ମାନ୍ୟତା ପାଇବା ନିମନ୍ତେ ସମସ୍ତ ଆବଶ୍ୟକତା ଉପସ୍ଥାପିତ କରିଥିଲା ।

Spread the love