ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲା : ୧୩ ସୁଦ୍ଧା ଜବାବ ଦାଖଲ ପାଇଁ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ୧୦।୧୨: ହାଇକୋର୍ଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ଆସନ୍ତା ୧୩ ତାରିଖରେ ମାମଲାର ଚୂଡାନ୍ତ ଶୁଣାଣି କରିବେ ହାଇକୋର୍ଟ । ୧୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ସମସ୍ତ ପ୍ରତିପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦକୁ ନେଇ ହାଇକୋର୍ଟରେ ନିର୍ଦ୍ଦେଶକ ବାବି ଇସଲାମ ମାମଲା ଦାୟର କରିଛନ୍ତି । ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ‘ଛବିରାଣୀ’ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମ ।

Spread the love