ଚଳିତ ବର୍ଷ ହୋଇନପାରେ ଧନୁଯାତ୍ରା ! ବର୍ତ୍ତମାନ ପାଇଁ ସ୍ଥଗିତ ରଖିଲେ ଜିଲ୍ଲାପାଳ

ବରଗଡ଼, ୧୦/୧୨: ବହୁ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଚଳିତ ବର୍ଷ ହେବା ନ ହେବା ନେଇ ଅନିଶ୍ଚିତ ରହିଛି । ଆଜି ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ବାଚାରକୁ ନେଇ ଏଥିରେ ଆଲୋଚନା କରାଯାଇଥିଲା । ଯେହେତୁ ଧନୁଯାତ୍ରା ଏକ ବହୁଜନ ସମାଗମ କାର୍ଯ୍ୟକ୍ରମ ତେଣୁ ଏଥିରେ ରାଜ୍ୟ କିମ୍ୱା ରାଜ୍ୟ ବାହରର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ପାରନ୍ତି । କୋଭିଡ୍‌ ଭିତରେ ଜନ ସମାଗମ ହେବା କରୋନା ଗାଇଡ୍‌ଲାଇନ୍‌ ବିରୋଧୀ ।  ତେଣୁ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖିଯାଇଥିବା ଜଣାପଡ଼ିଛି ।

ଜାନୁଆରୀ ମାସରେ ଯଦି ସମ୍ଭବ ହେବ ତେବେ ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ବୈଠକ ବସିବ । ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯିବ । କନ୍ତୁ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି ।

Spread the love