ସାଂସଦ ଅନୁଭବ ମହାନ୍ତି ପାଇଲେ ଡକ୍ଟରେଟ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଆମେରିକା ଏକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପାଇଛନ୍ତି. ଡକ୍ଟରେଟ୍ ଖବର ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା. ଏହି ଖବର ଶୁଣିବା ପରେ ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ଅନୁଭବ ମହାନ୍ତି ଯୁକ୍ତ ଦୁଇ ପାସ୍ କରିନଥିଲେ.

ଏଥିସହ ପୂର୍ବରୁ ସାଂସଦ ଅନୁଭବ ଯେଉଁ ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ତାହା ମଧ୍ୟ କଳା ତାଲିକାଭୁକ୍ତ ୟୁନିଭରସିଟି ଥିଲା। ଏବେ ସୋସିଆଲ ମି଼ଡିଆରେ ଘୁରି ବୁଲୁଥିବା ସାଂସଦଙ୍କୁ ଡକ୍ଟରେଟ୍ ଉପାଧି ଖବର, ନିଶ୍ଚିତ ଭାବେ ଚଞ୍ଚକତାର ଆଉ ଏକ ଫର୍ଦ୍ଦ ହୋଇଥାଇପାରେ ବୋଲି ନିଶିକାନ୍ତ କହିଛନ୍ତି। ତେଣୁ ସାଂସଦ ନିଜେ ସାମ୍ନାକୁ ଆସି ଏହା ଉପରୁ ପରଦା ହଟାଇବା ଉଚିତ।ସେପଟେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି। ତେଣୁ ସାଂସଦ ଅନୁଭବ ସାମ୍ନାକୁ ଆସି ଏହା ଉପରେ ସ୍ପଷ୍ଟ କରିବା ସହ ସମସ୍ତଙ୍କ ସନ୍ଦେହ ଦୂର କରିବା ଉଚିତ। ସେପଟେ ଏନେଇ ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ମୋବାଇଲ ନମ୍ବରରେ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

Spread the love