ଜାଣି ରଖନ୍ତୁ ପାଣି ପିଇବାର ସଠିକ୍ ତରିକା, ନେହେଲେ

ଜଳ ହିଁ ଜୀବନ। ଶରୀରରେ ଅଧିକ ହେଲେ ଖରାପ ଏବଂ କମ ହେଲେ ଆହିରି ଖରାପ। ତେବେ ଜଣେ ସୁସ୍ଥ ମିଣିଷକୁ କେମିତି ଓ କେତେ ପାଣି ପଇବା ଦରକାର ଆସନ୍ତୁ ଜାଣିବା। ବହୁତ ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇଦିଅନ୍ତି , କିନ୍ତୁ ଏମିତି କରିବା ଭୁଲ୍ ଅଟେ। ଏଥିରେ ମୋଟାପଣ ବୃଦ୍ଧି ପାଇଥାଏ। ଖାଇବାର ପ୍ରାୟ ଦେଢ ଘଣ୍ଟାପରେ ପାଣି ପିଇବା ଦରକାର। ଆପଣଙ୍କୁ ପାଣି କିପରି ପିଇବାର ଅଛି ଏହି କଥା ଭଲରେ ଜାଣିବା ଦରକାର। ଯେପରି ଲୋକେ ବହୁତଥର ପାଣି ଗିଲାସ ଭରିଥାନ୍ତି ଓ ମୁହଁରେ ଲଗାଇକରି ପିଇଦିଅନ୍ତି। ଏହା ଛଡା କିଛି ଲୋକ ମୁହଁ ଖୋଲି ପାଣିକୁ ଉପରୁ ପକାଇ ପିଅନ୍ତି, ଯଦି ଆପଣ ସେମିତି ଗୋଟେ ଥରରେ ପାଣିପିଇନିଅନ୍ତି ତେବେ ତିନୋଟି ରୋଗ ହୋଇପାରେ , ପ୍ରଥମେ ଆପେଣ୍ଡିକ୍ସ, ଦ୍ୱିତୀୟଟି ହେଲା ହାର୍ଣିଆ ଏବଂ ତୃତୀୟଟି ହେଲା ହାଇଡ୍ରୋସିଲ୍ । ହାର୍ନିଆ ଅଧିକ ସେହି ଲୋକଙ୍କୁ ହୋଇଥାଏ ଯିଏ ଏକାବେଳେ ପାଣି ପିଅନ୍ତି।

ଏବେ ମନରେ ଏହି ପ୍ରଶ୍ନ ଆସୁଥିବ କି ପାଣି ପିଇବାର ସଠିକ୍ ତରିକା କେଉଁଟା, ତେବେ ଆମେ ଆପଣଙ୍କୁ କହିଦେବୁ କି ଆୟୁର୍ବେଦରେ ପାଣି ପିଇବାର ଏକ ଭଲ ତରିକା କୁହାଯାଇଛି, ହଁ ଆଜ୍ଞା ଏହାର ଅନୁସାରେ ଆପଣଙ୍କୁ ସେମିତି ପାଣି ପିଇବାର ଅଛି ଯେପରି ଆପଣ ଚାହା ପିଅନ୍ତି, ଅର୍ଥାତ୍ ଆସ୍ତେ ଆସ୍ତେ କରି ପିଇବାର ଅଛି । କହିଦେବୁ କି ଯେଉଁ ଲୋକ ଆସ୍ତେ ଆସ୍ତେ ପାଣି ପିଅନ୍ତି , ତାଙ୍କୁ ଜୀବନରେ କେବେ ମୋଟାପା ସାମ୍ନା କରିବାକୁ ପଡିବନାହିଁ , ହଁ ଆଜ୍ଞା ଓଜନ ବଢିବ ନାହିଁ, ସେତିକି ରହିବ , ଏହା ଛଡା ୬ରୁ ୭ ମାସ ମଧ୍ୟରେ ଆସ୍ତେ ଆସ୍ତେ କରି ପାଣିପିଇଲେ ଆପଣଙ୍କ ବଢୁଥିବା ଓଜନ କମ୍ ହୋଇଯିବ।

ସେମିତି ଯଦି ଆପଣଙ୍କ ଓଜନ ଅଧିକ ନାହିଁ ତେବେ ଆପଣଙ୍କୁ ଚିନ୍ତା କରିବାର କିଛି ବି ଦରକାର ନାହିଁ, କାରଣ ଆପଙ୍କ କେବଳ ଏତିକି ଓଜନ କମ୍ ହେବ , ଯେତେ ବଢିଛି, ତାପରେ ଆପଣ ସ୍ଥିର ହୋଇଯିବେ । ଏହାଛଡା ଆଉ ଏକ ଫାଇଦା ରହିଛି। ଏଥିରୁ ସାତ ଦିନରେ ଆପଣଙ୍କ ଆଣ୍ଠୁଗଣ୍ଠିର ପୀଡା କମ୍ ହୋଇଯିବ। ଏହାସହ ଏଡି ଓ ଜଏଣ୍ଟ ପେନ ବି କମ୍ ହୋଇଯିବ। ଆଶା କରୁଛୁ କି ଆପଣଙ୍କ ଜୀବନରେ କିଛି ବି ରୋଗ ନହେଉ, କିନ୍ତୁ ଆପଣ ଖାଦ୍ୟ ଖାଇବାପରେ ପାଣି ପିଉଥିଲେ ଏକାସାଙ୍ଗେ ପାଣି ପିଅନ୍ତୁ ନାହିଁ।

Spread the love