ସେବାୟତଙ୍କୁ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ଦେବସ୍ନାନ ପୂର୍ଣ୍ଣିମାରେ ବ୍ୟବସ୍ଥାବଳୀକୁ ଉଲଘଂନ କରିଥିବାରୁ ଏକାଧିକ ସେବାୟତଙ୍କୁ ନୋଟିସ ଜାରି କରିଛି  ଶ୍ରୀମନ୍ଦିର ପ୍ରଶାସନ । ଏହାର ଜବାବ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ତେବେ କେତେଜଣ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ପ୍ରଶାସନ ସେବାୟତଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଏବେ ସମସ୍ତଙ୍କ ଅପେକ୍ଷା ।

ତେବେ ସ୍ନାନ ଯାତ୍ରା ସମୟରେ କେବଳ ସେବାୟତ ମାନେ ଶ୍ରୀଜିଉଙ୍କୁ ସ୍ପର୍ଶ କରି ପାରିବେ ବୋଲି ବ୍ୟବସ୍ଥାବଳୀ ରହିଥିବା ବେଳେ, ଅନେକ ସେବାୟତ ଏହାକୁ ଉଲଘଂନ କରିଛନ୍ତି । କିଛି ଅଣସେବାୟତଙ୍କୁ ମଣ୍ଡପ ଉପରକୁ ନେଇ ଠାକୁରଙ୍କୁ ସ୍ପର୍ଶ କରାଇବା ସହ ସ୍ନାନ ମଣ୍ଡପ ଉପରୁ ସ୍ନାନ ଜଳ, ତୁଳସୀ ଆଦି ବାଣ୍ଟିବା ସହ ମଣ୍ଡପ ପାର୍ଶ୍ଵରେ ବସି ଭକ୍ତି ଭାବନାକୁ ଆଘାତ ଦେଇଥିଲେ । ତେବେ ସିସିଟିଭି ଫୁଟେଜ ଆଧାରରେ ଏହାକୁ ଯାଞ୍ଚ କରି ଶ୍ରୀମନ୍ଦିର ପ୍ରଶାସନ ଏକାଧିକ ସେବାୟତଙ୍କୁ ନୋଟିସ ଜାରି କରିଥିଲେ ମଧ୍ୟ ସେଵାୟତ ଏହାର କି ଉତ୍ତର ରଖୁଛନ୍ତି ଏବଂ ପ୍ରଶାସନ ରଥଯାତ୍ରା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେଉଛି ନା ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Spread the love