ଆଠଗଡ ଓ ତିଗିରିଆ ବ୍ଲକ୍‌ରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଆଠଗଡ ୧୪।୧୨: ଆଠଗଡ଼ ଏବଂ ତିଗିରିଆ ବ୍ଲକରେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଆଠଗଡ଼ ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଆଠଗଡ଼ ନିର୍ବାଚନମଣ୍ଡଳୀର ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଏହି ସୁବିଧା ପାଇପାରିବେ। ତିଗିରିଆ ବ୍ଲକରେ ୧୫ହଜାର, ଆଠଗଡ଼ ବ୍ଲକରେ ୩୦ହଜାର, ଆଠଗଡ଼ ବିଜ୍ଞାପିତ ଅଞ୍ଚଳରେ ତିନି ହଜାର ଏବଂ ଟାଙ୍ଗୀ ଚୌଦ୍ବାର ବ୍ଲକରେ ୬ ହଜାରରୁ ଅଧିକ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ଗରୀବ ଓ ମଧ୍ୟବିତ୍ତ ପରିବାରର ଲୋକମାନେ ଅଧିକରୁ ଅଧିକ ଲାଭବାନ ହୋଇପାରିବେ। ରାଜ୍ୟ ସରକାରଙ୍କ ଏହି ଲୋକହିତକର କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣମାନେ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

Spread the love