5ଟି ଭାଷାରେ ଭାଷଣ ଦେଲେ ପ୍ରତାପ ଷଡଙ୍ଗୀ, ଶୁଣନ୍ତୁ ଭାଷଣ

ସଂସଦର ଚଳିତ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଥିବା ଅଭିଭାଷଣ ଉପରେ ଆଜି ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟସଭାରେ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ପାରିତ କରିଥିବାବେଳେ ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧନ୍ୟବାଦ ପ୍ରସ୍ତାବ ପାରିତ କରିଛନ୍ତି।

ପ୍ରତାପ ପାଞ୍ଚଟି ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ସଂସ୍କୃତ ଓ ଇଂରାଜୀ)ରେ ଓଜସ୍ୱିନୀ ଭାଷଣ ଦେଇ ଆଜି ସାରା ଦେଶରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିଜ ଅଭିଭାଷଣରେ ରାଜନୀତି, ରାମାୟଣ, ପୂର୍ବର କଂଗ୍ରେସ ସରକାର ଓ ତାଙ୍କ ସରକାର ବିଷୟରେ ସେ ଅନେକ କଥା କହିଛନ୍ତି। ଶ୍ରୀ ଷଡ଼ଙ୍ଗୀ କ’ଣ ସବୁ କହିଛନ୍ତି, ଦେଖନ୍ତୁ ।

Spread the love