କଂଗ୍ରେସ ମୁଖପାତ୍ରଙ୍କୁ ସର୍ବସମ୍ମୁଖରେ ଗୁଳିକରି ହତ୍ୟା

ସର୍ବସମ୍ମୁଖରେ ନେତାଙ୍କୁ ହତ୍ୟା। ହରିଆଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଆଜି ଅଜଣା ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଫରିଦାବାଦ୍‌ରେ ଥିବା ଏକ ଜିମ୍‌ରୁ ବିକାଶ ଆଜି ସକାଳେ ବାହାରୁ ଥିବା ବେଳେ 2ରୁ 3 ଜଣ ଦୁର୍ବୃତ୍ତ  ତାଙ୍କ ଉପରକୁ 10ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା, ସେକଥା ଜଣାପଡ଼ିନାହିଁ। ହରିଆଣା କଂଗ୍ରେସ ସଭାପତି ଅଶୋକ ତନୱାର ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅପରାଗତାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ରାଜ୍ୟରେ ଏବେ ଜଙ୍ଗଲରାଜ ଆରମ୍ଭ ହୋଇଛି। ସରକାର ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବାରେ ବିଫଳ ହୋଇଛନ୍ତି। ଗତକାଲି ଜଣେ ମହିଳା ଅସଦାଚରଣକୁ ବିରୋଧ କରିବାରୁ ତାଙ୍କୁ ଛୁରୀ ମାଡ଼ ହୋଇଥିଲା। ଏବେ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଛି। ଏହାର ତଦନ୍ତ ହେବା ଦରକାର।” 38 ବର୍ଷୀୟ ଚୌଧୁରୀ ନିକଟରେ ଆଇଏନ୍‌ଏଲ୍‌ଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ।

Spread the love