୧୯ରୁ ୨୫ଯାଏଁ ଜାଡରେ ଥରିବେ ରାଜ୍ୟବାସୀ

ଭୁବନେଶ୍ବର ୧୭।୧୨: ରାଜ୍ୟରେ ଆହୁରି ବଢିବ ଶୀତର ପ୍ରକୋପ । ୧୯ରୁ ୨୫ଯାଏଁ ଜାଡ ଶୀତରେ ଥରିବେ ରାଜ୍ୟବାସୀ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ତଳ ଭାଗରେ ପ୍ରବାହିତ ହେଉଥିବା ବେଳେ ଏହା ପ୍ରଭାବରେ ଅଧିକ ଥଣ୍ଡା ଅନୁଭୂତ ହେବ ।

ବର୍ତ୍ତମାନ ୬.୫ ଡ଼ିଗ୍ରୀ ରାତ୍ରି-ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ରହିଛି ।  ୮ ସ୍ଥାନରେ ରାତ୍ରି ତାପମାତ୍ରା ୧୧ ଡ଼ିଗ୍ରୀ ତଳେ ରହିଛି ।  ଫୁଲବାଣୀ ୭.୫, କୋରାପୁଟ ୯, ଟିଟଲାଗଡ ୯.୩, ଝାରସୁଗୁଡା ୯.୬, କେନ୍ଦୁଝର ୯.୬,  ସୁନ୍ଦରଗଡ ୧୦, ଭବାନୀପାଟଣାଠାରେ  ୧୦ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେହିପରି ପୃଥିବୀର ବିକିରଣ ବାୟୁ ମଣ୍ଡଳ ଉପରି ଭାଗକୁ ଯାଉଛି । ତେବେ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ବାୟୁ କେନ୍ଦ୍ରୀୟ ଭାରତରୁ ଦକ୍ଷିଣ ପଶ୍ଚିମ ମୁହାଁ ହେବ । ତେବେ ଏହି ଟ୍ରାପ୍ ଲାଇନଟି ଓଡିଶା ବଙ୍ଗୋପସାଗର ପାଖାପାଖି ରହିଯିବ ।  ଫଳରେ ଉତ୍ତର ପଶ୍ଚିମ ଦିଗରେ ଉପରି ଭାଗରେ ମଧ୍ୟ ଥଣ୍ଡା ବାୟୁ ପ୍ରବାହିତ ହେବ ।

ସେହିପରି ୧୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ଉତ୍ତର ପୂର୍ବ ଆଡକୁ ଗତି କରି ଥାଇଲାଣ୍ଡ ମୁହାଁ ହେବ । ଏହା ଦ୍ବାରା ମଧ୍ୟ ଶୀତ ଜନିତ  ସାମାନ୍ୟ ପ୍ରଭାବ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ । 

Spread the love