ଓଡିଶାର ୨୩୭ କ୍ରୀଡ଼ାବିତଙ୍କୁ ପୁରସ୍କାର, ସମ୍ମାନିତ କଲେ କ୍ରୀଡାମନ୍ତ୍ରୀ

ରାଜ୍ୟର ୨୩୭ କ୍ରୀଡ଼ାବିତଙ୍କୁ ସମ୍ମାନିତ କଲେ ରାଜ୍ୟ ସରକାର। କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏହି କ୍ରୀଡ଼ାବିତଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କ୍ରୀଡ଼ାବିତଙ୍କୁ ସମ୍ମାନିତ କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି।

ବିଭିନ୍ନ କ୍ରୀଡ଼ାରେ ପ୍ରତିନିଧିତ୍ୱ କରୁଥିବା ୨୩୭ କ୍ରୀଡ଼ାବିତଙ୍କୁ ମୋଟ ଏକ କୋଟି ୮ଲକ୍ଷ ୮୩ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ୧୭୨ଜଣ ସାଧାରଣ ବର୍ଗରେ ଓ ୬୫ଜଣ PWD କାଟାଗୋରୀ କ୍ରୀଡ଼ାବିତ ରହିଛନ୍ତି।
Spread the love