ଚୀନର ସବୁଠାରୁ ବୟସ୍କ ମହିଳାଙ୍କ ମୃତ୍ୟୁ: ୧୩୫ ବର୍ଷ ବୟସରେ ଦୁନିଆକୁ କଲେ ଅଲବିଦା

ବେଜିଙ୍ଗ ୧୮/୧୨ : ଚୀନର ସବୁଠାରୁ ବୟସ୍କ ବ୍ୟକ୍ତି ଅଲିମିହାନ ସେୟତିଙ୍କର ଶିନଜିୟାଙ୍ଗ ଉଇଗୁର ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦେଶର ପ୍ରଚାର ବିଭାଗ ଅନୁଯାୟୀ କାଶଗର ପ୍ରାନ୍ତରେ ଶୁଲେ କାଉଣ୍ଟିର କୋମକ୍ସରିକ ଟାଉନଶିପ ନିବାସୀ ସେୟତି ୧୮୮୬ ଜୁନ ୨୫ରେ ଜନ୍ମ ହୋଇଥିଲେ। ସମାଚାର ଏଜେନ୍ସି ଶିହ୍ନୁଆର ଖବର ଅନୁସାରେ ୨୦୧୩ରେ ସେ ଚାଇନା ଆସୋସିଏସନ ଅଫ ଗେରେଣ୍ଟୋଲୋଜି ଆଣ୍ଡ ଜୋରିୟାଟ୍ରିକ୍ସ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ ସେ ଦେଶର ସବୁଠାରୁ ବୟସ୍କ ବ୍ୟକ୍ତି ତାଲିକାରେ ସବୁଠାରୁ ଉପରେ ଥିଲେ।

ଡିସେମ୍ବର ୧୬ ତାରିଖରେ ତାଙ୍କର ଦେହାନ୍ତ ହୋଇଛି। ସେ ଏକ ସରଳ ଜୀବନଯାପନ କରୁଥିଲେ। ସେ ଠିକ ସମୟରେ ଖାଇବା ପିଇବା କରୁଥିଲେ। ମୃତ୍ୟୁ ପୂର୍ବରୁ ସେ କାହାର ସାହାଯ୍ୟ ବିନା ଏକା ଏକା ସାଙ୍ଗମାନଙ୍କ ସହ ବୁଲୁଥିଲେ। ଏତେ ବର୍ଷ ଯାଏଁ ବଞ୍ଚିବା ପଛରେ ତାଙ୍କର ସଂସ୍କୃତି ଓ ବାତାବରଣ ଅଛି ବୋଲି ସେ କହୁଥିଲେ। କୋମକ୍ସରିକ ସହରକୁ ଦୀର୍ଘାୟୁ ସହର ବୋଲି କୁହାଯାଏ। ଏହି ସହରରେ ୯୦ ବର୍ଷରୁ ଅଧିକ ଆୟୁର ବୟସ୍କ ବ୍ୟକ୍ତି ଅଛନ୍ତି। ଖବର ଅନୁଯାୟୀ ସ୍ଥାନୀୟ ସରକାର ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଅନୁବନ୍ଧିତ ଡାକ୍ତର ସେବା, ମାଗଣା ବାର୍ଷିକ ମେଡିକାଲ ଯାଞ୍ଚ ଓ ମାସିକ ସବସିଡି ପ୍ରଦାନ କରିଛନ୍ତି।

Spread the love