ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ସଂଘର ସମ୍ମିଳନୀ 

ସୋର, ୧୯/୧୦: ଆଜି ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ ପରିସରରେ ୪୮୮ ବର୍ଗ କଲେଜ ସଂଘର ପ୍ରାନ୍ତୀୟ ସମିଳନୀ ଅନୁଷ୍ଠିତ ହୋଇଛି। ସପ୍ତମ ବେତନ ଓ ଚାକିରୀ ସର୍ତ୍ତାବଳୀ ଘୋଷଣା ନ ହେବାରୁ ଅସନ୍ତୋଷ ପ୍ରକାଶ କରି ଏକ ଆଲୋଚନା ମାଧ୍ୟମରେ ସଂଘ ର ପ୍ରମୁଖ ଦାବି ଗୁଡିକୁ ଉପସ୍ଥାପନ କରିଥିଲେ। ଆଜିର ଏହି ସଭାରେ ମାନସ ରଞ୍ଜନ ପଣ୍ଡା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା, ସଂଘ ର ରାଜ୍ୟସଭାପତି ବନମାଳୀ ବାରିକ,ଉପ ସଭାପତି ଆଦିତ୍ୟ ପ୍ରସାଦ ରଥ, ସାଧାରଣ ସମ୍ପାଦକ ପ୍ରୀୟରଞ୍ଜନ ରଥ, ଉପେନ୍ଦ୍ର ନାଥ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦିଲିପ କୁମାର ପଣ୍ଡା ଏବଂ ସଂଘୀୟ ସମ୍ପାଦକ ସୁକାନ୍ତ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଦାବି ଗୁଡିକ ହେଲା ଚାକିରୀ ସର୍ତ୍ତାବଳୀ, ସପ୍ତମ ବେତନ କମିଶନ, ପେନସନ ଏବଂ ପଦୋନ୍ନତି ଭଳି ପ୍ରମୁଖ ସର୍ତ୍ତାବଳୀ ଘୋଷଣା ପାଇଁ ଦାବି କରିଥିଲେ।

ସେହିଭଳି ଉଚ୍ଚଶିକ୍ଷା ବିଭାଗ ର ମେରିରାୟ ନିର୍ଦ୍ଦେଶନାମା ଯୋଗୁଁ ୨୦୧୬ ମସିହାରେ ନିଯୁକ୍ତି ପାଇଥିବା ଅଧ୍ୟାପକ ମାନେ ଆଗାମୀ ତିନି ବର୍ଷ ମଧ୍ୟରେ ପଦୋନ୍ନତି ପାଇ ୧୯୯୦ ମସିହାରେ ନିଯୁକ୍ତ ଅଧ୍ୟାପକଙ୍କର ଅଧ୍ୟକ୍ଷ ହେବେ,ଯାହାକି ଏହି ବର୍ଗ ପାଇଁ ଅପମାନ ଜନକ ବୋଲି ସଂଗଠନ ସମ୍ପାଦକ ସୁକାନ୍ତ ଦାସ, ପ୍ରଶାନ୍ତ ମହନ୍ତ, ଭଦ୍ରକ ଜିଲ୍ଲା ସଭାପତି ତାରକାନ୍ତ ମଲ୍ଲିକ ପ୍ରମୁଖ ପ୍ରକାଶ କରିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଦାବି ପୂରଣ ନ ହେଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ସମିଳନୀ କରାଯାଇ ଅଧ୍ୟାପକ କର୍ମଚାରୀ ମାନଙ୍କୁ ଜାଗ୍ରତ କରାଯିବ ବୋଲି ସେମାନେ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।

Spread the love