ନାବାଳିକା ସହ ୯ ଦିନ ଯାଏଁ ଗଣଦୁଷ୍କର୍ମ: ୧୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା

କୋଟା ୧୯/୧୨ : ରାଜସ୍ଥାନ କୋଟାର ଏକ ଅଦାଲତ ଶନିବାର ଦିନ ୧୩ ଦୋଷୀଙ୍କୁ ୨୦-୨୦ ବର୍ଷ ଲେଖାଏଁ ଏବଂ ଅନ୍ୟ ଦୁଇଜଣଙ୍କୁ ୪ ବର୍ଷ ଲେଖାଏଁ ଦଣ୍ଡ ଶୁଣାଇଛନ୍ତି। ୧୫ ବର୍ଷର ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ ମାମଲାରେ କୋର୍ଟ ଅଭିଯୁକ୍ତଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି। ଅତିରିକ୍ତ ଅଧିବେଶନ ନ୍ୟାୟାଧୀଶ ଅଶୋକ ଚୌଧୁରୀ ପୋକସୋ ଆକ୍ଟ ଅନୁଯାୟୀ ଗଠିତ ଏକ ବିଶେଷ ଅଦାଲତର ନେତୃତ୍ୱରେ ଜଣେ ମହିଳାଙ୍କୁ ମଧ୍ୟ ୪ ବର୍ଷ କଠୋର କାରାବାସ ଶୁଣାଇଛନ୍ତି।

ମହିଳା ଜଣକ ନାବାଳିକାକୁ ଅପହରଣ କରି ତାକୁ ଝାଲାବାଡ ନେଇଯାଇଥିଲେ ଓ ସେଠାରେ ବିକି ଦେଇଥିଲେ। ମାମଲାରେ ଅଦାଲତ ୧୬ ଜଣଙ୍କୁ ସଜ୍ଜା ଶୁଣାଇଛନ୍ତି। ଅପରାଧରେ ସାମିଲ ଅନ୍ୟ ୧୨ ଜଣଙ୍କୁ ଖଲାସ କରିଦେଇଛନ୍ତି। ମାମଲାରେ ୪ ନାବାଳକ ମଧ୍ୟ ସାମିଲ ଅଛନ୍ତି ଯେଉଁମାନେ ସ୍ଥାନୀୟ କିଶୋର ନ୍ୟାୟ ବୋର୍ଡରେ ମୁକଦମା ସାମ୍ନା କରୁଛନ୍ତି।

ନ୍ୟାୟାଧୀଶ ଦୋଷୀଙ୍କୁ ସଜ୍ଜା ଶୁଣାଇ ୨୦ ବର୍ଷ ଦଣ୍ଡ ଦେଇଥିବା ଅପରାଧୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଓ ୪ ବର୍ଷ ଦଣ୍ଡ ଶୁଣାଇଥିବା ଅପରାଧୀଙ୍କୁ ୭ ହଜାର ଲେଖାଏଁ ଜରିମାନା ଲଗାଇଛନ୍ତି। ମାମଲାରେ କୋର୍ଟ ୯ ମାସରେ ଅପରାଧୀଙ୍କୁ ସଜ୍ଜା ଶୁଣାଇଛନ୍ତି। ନାବାଳିକାଙ୍କ ଗଣଦୁଷ୍କର୍ମ ମାମଲାରେ ମାର୍ଚ୍ଚ ୬ ତାରିଖରେ ସୁକେତ ଥାନାରେ ଏଫଆଇଆର ରୁଜ୍ଜୁ କରାଯାଇଥିଲା।

ଓକିଲ ପ୍ରେମ ନାରାୟଣ ନାମଦେବ କହିଛନ୍ତି ଯେ ମାମଲାର ଯାଞ୍ଚ ପୁରା କରିବା ପରେ କୋଟା ପୋଲିସ ମେ’ ୭ ରେ ଅଦାଲତରେ ୧୭୫୦ ପୃଷ୍ଠାର ଆରୋପ ପତ୍ର ଉପସ୍ଥାପନ କରାଯାଇଥିଲା। ଶନିବାର ଦିନ ନ୍ୟାୟାଧୀଶ ଫଇସଲା ଶୁଣାଇଛନ୍ତି।

Spread the love